ଭୁବନେଶ୍ୱର ୧୩।୧୦ : ପିଜି ହଷ୍ଟେଲରେ ଦୃର୍ବୁତ୍ତ ଖେଳାଇଲା ଆତଙ୍କ। ଭୁବନେଶ୍ବର ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଲେଡିସ୍ ହଷ୍ଟେଲ ଗେଟ୍ ଡେଇଁ ସିକ୍ୟୁରିଟି ଗାର୍ଡକୁ ଚକମା ଦେଇ ବିଲଡିଂରେ ପଶିଲା । ପ୍ରଥମ ମହଲାରେ ଶୋଇଥିବା ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ।

ତେବେ ନିଦ ଭାଙ୍ଗି ଯିବାରୁ ପାଟି କରିଥିଲେ ଯୁବତୀ। ବିଲ୍ଡିଂର ଅନ୍ୟ ରୁମ୍ ଗୁଡ଼ିକୁ ବାହାର ପଟୁ ବନ୍ଦ୍ କରିଦେଇଥିଲା ଦୃର୍ବୁତ୍ତ। କବାଟ ବନ୍ଦ ଥିବାରୁ ବାହାରକୁ ଆସି ପାରିନଥିଲେ ଅନ୍ତେବାସୀ। ବାଥରୁମ ଭିତରେ ଥିବା ରୁମ୍ ମେଟ୍ ଆସି ଯିବାରୁ ଅଘଟଣ ଟଳି ଯାଇଥିଲା। ଦୃର୍ବୁତ୍ତକୁ କାବୁ କରିବାକୁ ଯାଇ ଧସ୍ତାଧସ୍ତି ବେଳେ ଖଣ୍ଡିଆ ଖାବରା ହୋଇଥିଲେ ଦୁଇ ଯୁବତୀ। ଧାରୁଆ ଅସ୍ତ୍ର ଦେଖାଇବା ସହ ଏକାଧିକ ଲୋକଙ୍କୁ ଆହତ କରି ଖସି ଯାଇଥିଲା ଯୁବକ। ଭୟରେ ଠେଙ୍ଗା ବାଡି ଧରି ରାତିରେ ପହରା ଦେଇଥିଲେ ହଷ୍ଟେଲ ଅନ୍ତେବାସୀ। ଯୁବତୀଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଯାଞ୍ଚ୍ ସହ ହଷ୍ଟେଲ ମାଲିକଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ପଚରାଉଚରା କରୁଛି।