News7 Logo

ସରକାରୀ ଜମିରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା : ପ୍ଲା-କାର୍ଡ ଧରି ଦୋକାନୀଙ୍କ ନାରାବାଜି

NEWS7
Bhadrak

ଭଦ୍ରକ ୧୬୯: ସରକାରୀ ଜମିରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା । ଦୋକାନ ଘର ଉଚ୍ଛେଦ ବେଳେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଦୋକାନୀଙ୍କୁ ବୁଝାସୁଝା କରୁଛନ୍ତି ଅଧିକାରୀ ।

ସୂଚନାଯୋଗ୍ୟ ଯେ, ବାଇପାସ୍ ଠାରୁ ସରକାର ନଗର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ଦୋକାନ ଉଚ୍ଛେଦ ପାଇଁ ନୋଟିସ୍ ହୋଇଥିଲା । ସରକାରୀ ଜମିରେ ହୋଇଥିବା ଦୋକନ ଉଚ୍ଛେଦ ପାଇଁ ପ୍ରଶାସନ ନୋଟିସ୍ ଲଗାଇଥିଲା । କିନ୍ତୁ ଉଚ୍ଛେଦ ପାଇଁ ତହସିଲଦାର, ଉପ ଜିଲ୍ଲାପାଳ, ତହସିଲଙ୍କ ସହ ବ୍ୟାପକ ଫୋର୍ସ ପହଞ୍ଚିବା ପରେ ଦୋକାନୀ ମାନେ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । ଦୀର୍ଘ ସମୟ ଧରି ଉଚ୍ଛେଦ ହୋଇପାରୁନଥିବା ବେଳେ ସମସ୍ତ ଅଧିକାରୀ ବାଇପାସ୍ ଠାରେ ଦୋକାନୀଙ୍କୁ ବୁଝାସୁଝା କରୁଛନ୍ତି । ତେବେ ପୂର୍ବରୁ ଭଦ୍ରକ ସହରର ଅନ୍ୟ ସମସ୍ତ ଅଞ୍ଚଳରୁ ସରକାରୀ ଜମିରୁ ଉଚ୍ଛେଦ ହୋଇଛି ।