LIVE TV

ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲଦାର, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ନେଉଥିଲେ ଲାଞ୍ଚ

NEWS7
Vigilance

କେନ୍ଦ୍ରାପଡା ୨୩।୯: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର ଶିବପ୍ରସାଦ ମଲ୍ଲିକ l ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅର୍ଡର କରିବା ପାଇଁ ସେ ଏହି ଟଙ୍କା ନେଉଥିବା ଜଣାପଡିଛି l

ଅଭିଯୋଗ ଅନୁଯାୟୀ, ଗୋଜାବନ୍ଧ ଗାଁର ପୀତାମ୍ବର ସ୍ଵାଇଁଙ୍କ ଘର ଆଗରେ ଥିବା ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରି ରଖିଥିଲେ l ସେହି ଜବରଦଖଲ ଉଚ୍ଛେଦ ପାଇଁ ପୀତାମ୍ବରଙ୍କ ଜ୍ୱାଇଁ ଅନ୍ତର୍ଯ୍ୟାମୀ ସ୍ଵାଇଁଙ୍କ ଠାରୁ ତହସିଲଦାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ତାଙ୍କ ସରକାରୀ କ୍ଵାର୍ଟରରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କ  ପୈତୃକ ଗାଁ ବାଘିଲୋ ଓ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି l