ଭୁବନେଶ୍ବର ୩୦୧୦: ମାଲିକଙ୍କ ମାଷ୍ଟର ପ୍ଲାନ୍ । ନସ୍ୟୁରାନ୍ସ ଟଙ୍କା ହଡ଼ପ ପାଇଁ କରିଥାନ୍ତେ ଚୋରି ଇନସ୍ୟୁରାନ୍ସ ଟଙ୍କା ହାତେଇବାକୁ ଡକାୟତଙ୍କ ସହ ଡିଲ୍ କରିଥିଲେ ଦୋକାନ ମାଲିକ । ୧୩ ଜଣଙ୍କୁ ଗିରଫ କରିବା ସହ ୪ଟି ପିକଅପ ଭ୍ୟାନ୍, ବୁଲେଟ ଏବଂ ମାରଣାସ୍ତ୍ର ଜବତ ହୋଇଛି

ବୁଧବାର ବିଳମ୍ବିତ ରାତିରେ ଏକ ଢାବାରେ ବସି ଲୁଟପାଟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ କିଛି ଡକାୟତ I ଗୋଡ଼ାଇବାରୁ ପୋଲିସକୁ ଚକମା ଦେଇ ଖସିବା ବେଳେ ୧୩ ଅଭିଯୁକ୍ତଙ୍କୁ ମାଡ଼ି ବସିଲା ପୋଲିସ I ସେମାନଙ୍କ ନିକଟରୁ ୩ଟି ପିକଅପ୍ ଭ୍ୟାନ୍, ଆଇରନ ରଡ଼, ଆଇରନ କ, ବୋଲେରୋ, ବୁଲେଟ, ଲୁଟ୍‌ରେ ବ୍ୟବହାର ୮ଟି ମାସ୍କ, ଫେସ୍ ଗାର୍ଡ, ଗ୍ଲୋବ୍ସ, ଆଇରନ ସ୍କୃ ଡ୍ରାଇଭର, ଛୁରୀ, ମୋବାଇଲ ଓ ରୁମାଲ ମିଳିବା ପରେ ବଢିଥିଲା ପୋଲିସର ସନ୍ଦେହ

ଏହି ଅଭିଯୁକ୍ତ ମାନେ ପ୍ଲାଏଉଡ଼ ଦୋକାନରେ ଲୁଟ୍ ପାଇଁ ପ୍ଲାନ କରୁଥିଲେ I ଇନସ୍ୟୁରାନ୍ସ ପାଇଁ ନିଜେ ଦୋକାନରୁ ନିଜେ ଚୋରି କରି ଆଉ ଜଣେ ମାଲିକର ଦୋକାନରେ ରଖିଥାନ୍ତା I ଦୁଇ ଜଣ ମାଲିକ ମିଶି କରିଥିଲେ ଏଭଳି ଏକ ମାଷ୍ଟର ପ୍ଲାନ୍ I ୟୁଟ୍ୟୁବ ଦେଖି ଇନସ୍ୟୁରାନ୍ସ ଟଙ୍କା ଲୁଟ୍ ପାଇଁ ରଚିଥିଲା ଷଡ଼ଯନ୍ତ୍ର I ୧୧ ଜଣଙ୍କୁ ବାଲେଶ୍ଵରରୁ ଆଣିଥିଲା ଭୁବନେଶ୍ୱର I ଅଭିଯୁକ୍ତଙ୍କ ଭିତରେ କିଛି କାମ କରୁଥିବା ଲୋକ ସହ ସମ୍ପର୍କ ରହିଛି I ଜାରେ ଟଙ୍କା ଆଡ଼ଭାନ୍ସ ଓ ପରେ ପାଇଥାନ୍ତେ ଆଉ ବାକି ୫ ହଜାର I ତମଣ୍ଡୋ ଥାନା ପୋଲିସ ହାତରେ ଲାଗିଲେ ଅନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ I
​​​​​​​​​​​​