News7 Logo

ଓଡ଼ିଶାରେ ଲଞ୍ଚ୍ ହେଲା ଟିଭିଏସ ଏନଟର୍କ ୧୫୦, କମ୍ପାନିର ଦାବି ଭାରତର ସବୁଠାରୁ ଦ୍ରୁତତମ ସ୍କୁଟର

NEWS7
TVS Ntorq 150 launched in Odisha

​​​​​ଭୁବନେଶ୍ବର: ଭୁବନେଶ୍ୱର ମାର୍କେଟରେ ଲଞ୍ଚ୍‌ ହେଲା ଟିଭିଏସ ଏନଟର୍କ ୧୫୦। ମଙ୍ଗଳବାର ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଟିଭିଏସ ଏନଟର୍କ ୧୫୦ର ଉନ୍ମୋଚନ କରାଯାଇଛି। କମ୍ପାନି ଏହି ନୂଆ ସ୍କୁଟରକୁ ଭାରତର ଦ୍ରୁତତମ ଏବଂ ପ୍ରଥମ ହାଇପର ସ୍ପୋର୍ଟ ସ୍କୁଟର୍ ବୋଲି କହିଥିବାବେଳେ, ସ୍କୁଟର ମାତ୍ର ୬.୩ ସେକେଣ୍ଡରେ ୦-୬୦ କିଲୋମିଟର ପ୍ରତି ଘଣ୍ଟାରେ ଗତି କରିପାରିବ। ତେବେ କ’ଣ ରହିଛି ଏହି ନୂଆ ସ୍କୁଟରର ଫିଚର୍ସ ଜାଣନ୍ତୁ…

ଟିଭିଏସ ଏନଟର୍କ ୧୫୦ର ପାଓ୍ବାର ଓ ପରଫରମାନ୍ସ ବିଷୟରେ କହିଲେ ଏହି ସ୍କୁଟରରେ ରହିଛି ୧୪୯.୯ସିସିର ଏୟାର କୁଲ୍ଡ O3CTech ଇଞ୍ଜିନ । ଯାହା ୭ ହଜାର ଆରପିଏରେ ୧୩.୨ ପିଏସ ପାଓ୍ବାର ଏବଂ ୫୫୦୦ ଆରପିଏମ୍‌ରେ ୧୪.୨ ଏନଏମର ଟର୍କ ଉତ୍ପନ୍ନ କରିଥାଏ। ଫଳରେ ବାଇକ୍ ସ୍କୁଟର ମାତ୍ର ୬.୩ ସେକେଣ୍ଡରେ ୬୦ କିଲୋମିଟର ପ୍ରତି ଘଣ୍ଟାରେ ସ୍ପିଡ୍‌ ଧରିପାରିବ। ସ୍କୁଟରର ଟପ୍ ସ୍ପିଡ୍ ରହିଛି ୧୦୪km/h। ଟିଭିଏସ ଏନଟର୍କ ୧୫୦ ହେଉଛି ଭାରତର ସବୁଠାରୁ ଦ୍ରୁତତମ ସ୍କୁଟର। ସ୍ପୋର୍ଟୀ ଡିଜାଇନ୍ ସହ ସ୍କୁଟର ଦେଖିବାକୁ ଖୁବ୍ ଆକର୍ଷଣୀୟ ମଧ୍ୟ ରହିଛି।

ସେହିଭଳି ସ୍କୁଟରର ଫିଚର୍ସ ବିଷୟରେ କହିଲେ ବାଇକ୍‌ରେ ରହିଛି ଭଳିକି ଭଳି ନୂଆ ଫିଚର୍ସ। ବାଇକ୍‌ରେ ଏବିଏସ, ଟ୍ରାକ୍ସନ କଣ୍ଟ୍ରୋଲ ସହିତ ଉନ୍ନତ ସୁରକ୍ଷା ଏବଂ ନିୟନ୍ତ୍ରଣ ସିଷ୍ଟମ ରହିଛି। ସିଗନେଚର ମଲ୍ଟିପଏଣ୍ଟ ପ୍ରୋଜେକ୍ଟର୍‌ ହେଡଲ୍ୟାମ୍ପ, ସାମ୍ନା କମ୍ବିନେଶନ ଲ୍ୟାମ୍ପ ଏବଂ "ଟି" ଆକାରର ଟେଲ ଲ୍ୟାମ୍ପ୍ ରହିଛି। ଉନ୍ନତ ଟିଏଫଟି କ୍ଲଷ୍ଟର ଇତ୍ୟାଦି ଅନେକ ଫିଚର୍ସ ରହିଛି।

​​​​​​​https://www.youtube.com/watch?v=rVcdyi6JteY

TVS Ntorq 150ରେ ୫୦+ କନେକ୍ଟେଡ ଫିଚର୍ସ ରହିଛି। ଯେଉଁଥିରେ ଆଲେକ୍ସା ଏବଂ ସ୍ମାର୍ଟ ୱାଚ ଇଣ୍ଟିଗ୍ରେସନ ଭଳି ଫିଚର୍ସ ରହିଛି। ଷ୍ଟିଲଥ ଏୟାରକ୍ରାଫ୍ଟରୁ ଅନୁପ୍ରାଣିତ ଏହି ସ୍କୁଟର ଫ୍ୟୁଚରିଷ୍ଟିକ୍ ଆଉ ସ୍ପୋର୍ଟି ଡିଜାଇନର ପ୍ରତୀକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଓଡ଼ିଶାରେ ଏହାର ପ୍ରାଇସ ରହିଛି ୧.୧୯ ଲକ୍ଷ ଟଙ୍କା। ନୂଆ ଜିଏସଟି ସଂସ୍କରଣ ପରେ ଗ୍ରାହକଙ୍କୁ କିଛି ମାତ୍ରାରେ ରିଲିଫ୍‌ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ନୂଆ ସ୍କୁଟରର ଶୁଭାରମ୍ଭ ଅବସରରେ ଟିଭିଏସ୍ ମୋଟର କମ୍ପାନିର ବରିଷ୍ଠ ଉପସଭାପତି ଓ ମୁଖ୍ୟ-କମ୍ପ୍ୟୁଟର, ଇଭି ବିଜନେସ୍ , ମୁଖ୍ୟ- କର୍ପୋରେଟ୍ ବ୍ରାଣ୍ଡ୍ ଓ ମିଡିଆ ଅନିରୁଦ୍ଧ ହଲଦାର ଉପସ୍ଥିତ ଥିଲେ।