News7 Logo

ପାକିସ୍ତାନରେ ଟିଟିପିର ଆକ୍ରମଣରେ ଚାଲିଗଲା ୧୨ ପାକିସ୍ତାନୀ ସେନାଙ୍କ ଜୀବନ, ୩୦ରୁ ଅଧିକ ଆତଙ୍କୀ ମୃତ

NEWS7
Pakistan

ନୂଆଦିଲ୍ଲୀ ୧୪।୦୯; ପାକିସ୍ତାନରେ ସେନା ଏବଂ ତହରିକ୍-ଏ-ତାଲିବାନ୍ ପାକିସ୍ତାନ (TTP) ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହି ସମୟରେ, ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶରେ ଦୁଇଟି ପୃଥକ ଅପରେସନରେ TTP ସହିତ ସଂଘର୍ଷରେ ଅତି କମରେ ୧୨ ସୈନିକ ଏବଂ ୩୫ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର (ସେପ୍ଟେମ୍ବର ୧୩) ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାକିସ୍ତାନ ସେନା ଅନୁଯାୟୀ, ଗତ ଚାରି ଦିନରେ ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶରେ ଦୁଇଟି ପୃଥକ ଅପରେସନରେ ଅତି କମରେ ୧୨ ସେନା ନିହତ ହୋଇଛନ୍ତି। ଏହି ସମୟରେ, ପାକ୍ ସେନା ତହରିକ୍-ଏ-ତାଲିବାନର ୩୫ରୁ ଅଧିକ ଆତଙ୍କୀଙ୍କୁ ନିହତ କରିଥିବା ନେଇ ମଧ୍ୟ ଦାବି କରିଛି। ପାକ୍ ସେନାର ମିଡିଆ, ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR), ଶନିବାର କହିଛି ଯେ ଏହି ଅପରେସନ ଗୁଡ଼ିକ ବାଜୌର ଏବଂ ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାରେ କରାଯାଇଥିଲା। ଗୁପ୍ତ ସୂଚନା ଆଧାରରେ, ବାଜୌରରେ ଏକ ଅପରେସନ କରାଯାଇଥିଲାଯେଉଁଥିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ସମୟରେ, ୨୨ ଟିଟିପି ଆତଙ୍କବାଦୀ ନିହତ ହୋଇଥିଲେ। ଏହା ସହିତ, ଦକ୍ଷିଣ ୱାଜିରିସ୍ତାନରେ ଅନ୍ୟ ଏକ ଅପରେସନରେ ୧୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏହି ଗୁଳିଚାଳନାରେ ୧୨ ଜଣ ପାକିସ୍ତାନୀ ସେନା ଜୀବନ ହାରିଛନ୍ତି।

ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର

ISPR କହିଛି ଯେ ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଉଦ୍ଧାର କରାଯାଇଛି। ISPR ଏହି ଆତଙ୍କବାଦୀ କାର୍ଯ୍ୟକଳାପରେ ଆଫଗାନ ନାଗରିକଙ୍କ ସମ୍ପୃକ୍ତି ଦାବି କରିଛି।  ISPR କହିଛି ଯେ ଏହି ଅଞ୍ଚଳରେ ଅନ୍ୟ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସର୍ଚ୍ଚ ଅପରେସନ କରାଯାଉଛି। ନଭେମ୍ବର ୨୦୨୨ରେ TTP ସରକାରଙ୍କ ସହିତ ଅସ୍ତ୍ରବିରତି ଚୁକ୍ତି ସମାପ୍ତ କରିବା ଏବଂ ଆକ୍ରମଣ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେବା ପରଠାରୁ ପାକିସ୍ତାନରେ ଆତଙ୍କବାଦ ବୃଦ୍ଧି ପାଇଛି।