​​​​​​​ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଅନୁଯାୟୀ, ସମସ୍ତ ଶିକ୍ଷାନୁଷ୍ଠାନରେ ପନ୍ଦର ଦିନ ଧରି ସ୍ୱତନ୍ତ୍ର ସ୍ୱଛତା ଅଭିଯାନ ସହ କ୍ୟାମ୍ପସ, ଶ୍ରେଣୀଗୃହ, ଛାତ୍ରାବାସ, ପାଠାଗାର, ପରୀକ୍ଷାଗାର, କ୍ୟାଣ୍ଟିନ ଏବଂ ଆଖପାଖ ଅଞ୍ଚଳରେ ସଫେଇ ଅଭିଯାନ ଆୟୋଜନ କରିବେ

ଛାତ୍ର, ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। NSS, NCCର ସମସ୍ତ ଛାତ୍ର ଏବଂ ଯେଉଁମାନେ ଏପରି ପ୍ରତିଷ୍ଠାନର ଅଂଶ ନୁହଁନ୍ତି ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ୨୫ ସେପ୍ଟେମ୍ବର ସକାଳ ୮ ଟାରେ ସାରା ଦେଶରେ ଏକ ସମନ୍ୱିତ ଜାତୀୟ ସ୍ୱଚ୍ଛତା ଅଭିଯାନ ପାଳନ କରାଯିବ।

ସମସ୍ତ ଅନୁଷ୍ଠାନ ଏବଂ ଛାତ୍ର, ଅଧ୍ୟାପକ, କର୍ମଚାରୀ ଇତ୍ୟାଦି ସ୍ଥାନୀୟ PRI/ULB କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ସେମାନଙ୍କର ଅନୁଷ୍ଠାନ ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକର ସଫେଇରେ ଅଂଶଗ୍ରହଣ କରିବେ ଏବଂ ନିର୍ଦ୍ଦେଶ ଅନୁଯାୟୀ ବିଭାଗୀୟ ପୋର୍ଟାଲରେ ଫଟୋ, ଛୋଟ ଭିଡିଓ, ସଂକ୍ଷିପ୍ତ ରିପୋର୍ଟ ଅପଲୋଡ୍ କରିବେସ୍ୱଚ୍ଛତା ଏବଂ ଅପଚୟ ପରିଚାଳନା ବିଷୟବସ୍ତୁ ଉପରେ ବିତର୍କ ପ୍ରତିଯୋଗିତା, କୁଇଜ୍ ଏବଂ ପ୍ରବନ୍ଧ ଲେଖା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବେ ଛୋଟ ଭିଡିଓ, ରିଲ୍ସ, ପୋଷ୍ଟର, ଗୀତ, ସଂଗୀତ କିମ୍ବା ଅନ୍ୟାନ୍ୟ ସୃଜନଶୀଳ ବିଷୟବସ୍ତୁ ସୃଷ୍ଟି କରିବା ପାଇଁ କୃତ୍ରିମ ବୁଦ୍ଧିମତା (AI)ର ବ୍ୟବହାର କରିପାରିବେ