LIVE TV

ଚୌଦ୍ୱାର ଥାନାରେ ଅଟକ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ, ପୋଲିସର ଥାର୍ଡ ଡିଗ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାରଲୋକେ

NEWS7
Choudwar police station

ଚୌଦ୍ବାର: କଟକ ଚୌଦ୍ୱାର ଥାନାରେ ଅଟକ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ। ଅଭିଯୁକ୍ତଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ଅଭିଯୁକ୍ତଙ୍କ ନାଁ ରସାନନ୍ଦ ନାୟକ । ତାଙ୍କ ଘର ଢେଙ୍କାନାଳ ସଦର ଅଞ୍ଚଳର ବୋଲି ଜଣାପଡ଼ିଛି।

ତେବେ କେଉଁ ଅଭିଯୋଗରେ ପୋଲିସ୍ ତାଙ୍କୁ ଅଟକ ରଖିଥିଲା ତାହା ଜଣାପଡ଼ିନାହିଁ। ସେପଟେ ପୋଲିସର ଥାର୍ଡ ଡିଗ୍ରୀ ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ ଓ ଭାଇ ଅଭିଯୋଗ କରିଛନ୍ତି। ମୃତକଙ୍କ ଭାଇ କହିଛନ୍ତି ‘‘ରସାନନ୍ଦଙ୍କୁ ଥାନାରେ ମାଡ଼ ମରାଯାଇଥିଲା। ଫଳରେ ସେ ପାଇଖାନା ଯିବା ବାହାନାରେ ପାଇଖାନା ଭିତରେ ଆତ୍ମହତ୍ୟା କରିଛନ୍ତି। ପୋଲିସ୍ ଗାଡ଼ି ଚୋରି ମାମଲାରେ ଥାନାକୁ ଆଣିଥିଲା।’’