LIVE TV

ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ, କହିଲେ ଠକୁଛନ୍ତି ସୁନା ଦୋକାନୀ

NEWS7
minister

ଭୁବନେଶ୍ୱର ୨୪/୦୯: ମାପରେ ଠକୁଛନ୍ତି ସୁନା ଦୋକାନୀ । ଗତ ୩ ବର୍ଷରେ ମାପକରେ ତ୍ରୁଟି ନେଇ ସାମ୍ନାକୁ ଆସିଛି ୧୬ ମାମଲା । ୨ ଲକ୍ଷ ୨୬ ହଜାର ୫୦୦ ଜୋରିମାନା ଆଦାୟ କରିଛନ୍ତି ସରକାର । ନିମ୍ନ ମାନର ସୁନା ଦେଇ ଧରାପଡିଛନ୍ତି ୮ ଦୋକାନୀ । ସେଥିରୁ ୪ ଜଣଙ୍କ ପଞ୍ଜିକରଣ ବାତିଲ କରାଯାଇଥିବା ବେଳେ ୩ ଜଣଙ୍କୁ ପଞ୍ଜିକରଣ ବାତିଲ ପାଇଁ ନୋଟିସ ଜାରି ହୋଇଛି । ସେହିଭଳି ଗୋଟିଏ ମାମଲା ଅଛି ବିଚାରଧୀନ । ଗୃହରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ରଖିଛନ୍ତି ଏପରି ଉତ୍ତର । 

ସୂଚନା ଥାଉକି, ଗୃହରେ ବିଧାୟକ ପ୍ରଶାନ୍ତ ବେହେରା ଯୋଗାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଗତ ୩ ବର୍ଷରେ ମାପକରେ ତ୍ରୁଟି ନେଇ ସାମ୍ନାକୁ ଆସିଛି ଏକାଧିକ  ମାମଲା । ସରକାର ଏହାକୁ ଗମ୍ଭରତାର ସହ ନେଇଛନ୍ତି ।