News7 Logo

ଗୋବିନ୍ଦାକୁ ନେଇ ପୁଣି ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ସୁନୀତା, କହିଲେ-କେବଳ ସୋନାଲି ବଞ୍ଚିଯାଇଛନ୍ତି

NEWS7
Sunita

ନୂଆଦିଲ୍ଲୀ ୧୧।୦୯; ଗୋବିନ୍ଦା ଏବଂ ସୁନୀତା ଆହୁଜାଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାରର ଖବର ସାମ୍ନାକୁ ଆସୁଛି। କେତେବେଳେ ସେମାନଙ୍କ ଛାଡପତ୍ରର କଥା ଉଠୁଛି ଆଉ କେତେବେଳେ ଉଭୟଙ୍କୁ ଏକାଠି ପୂଜାରେ ଯୋଗଦେବାର ଦେଖାଯାଉଛି। କିନ୍ତୁ ଗତ କିଛି ବର୍ଷ ଧରି ତାଙ୍କ ବ୍ୟକ୍ତିଗତ ଜୀବନ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଏହି ସମୟ ମଧ୍ୟରେ, ପୁଣି ଥରେ ଗୋବିନ୍ଦାଙ୍କ ପତ୍ନୀ ତାଙ୍କର ଏକ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ନିକଟରେ ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା  ପତି-ପତ୍ନୀ ଔର ପଙ୍ଗାରେ ନଜର ଆସିଥିଲେ । ସେଠାରେ ସେ ସୋନାଲି ବେନ୍ଦ୍ରେଙ୍କ ସହ  ଦେଖା ହେବା ସହ ଖୁବ୍‌ ମଜା ମସ୍ତି କରିଥିଲେ । ସେହି ସମୟରେ ସୁନିତା ଗୋବିନ୍ଦାଙ୍କ ସହ ଜଡିତ ଏକ ଗୁପ୍ତ କଥା ପ୍ରକାଶ କରିଥିଲେ।  ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା ଏବଂ ସମସ୍ତଙ୍କୁ ହସାଇ ଦେଇଥିଲା। ସେ କହିଥିଲେ ଯେ ଗୋବିନ୍ଦା ଆଜି ପର୍ଯ୍ୟନ୍ତ ତାଙ୍କ ସହିତ କାମ କରିଥିବା ସମସ୍ତ ନାୟିକାଙ୍କ ସହିତ ଫ୍ଲର୍ଟ କରିଛନ୍ତି, କେବଳ ଜଣେ ଅଭିନେତ୍ରୀଙ୍କୁ ଛାଡି। ସେ ହେଉଛନ୍ତି ସୋନାଲି ବେନ୍ଦ୍ରେ। ଯିଏ ଏକମାତ୍ର ମହିଳା ଯାହାଙ୍କ ସହିତ ସେ କେବେ ଫ୍ଲର୍ଟ କରିନାହାଁନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

କହିବାକୁ ଗଲେ ଗତ ମାସରେ, ଗୋବିନ୍ଦା ଏବଂ ସୁନୀତାଙ୍କ ଛାଡପତ୍ର ଖବର ଚର୍ଚ୍ଚାରେ ଥିଲା। ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। କିନ୍ତୁ ଗୋବିନ୍ଦାଙ୍କ ଓକିଲ କହିଥିଲେ ଯେ ଛାଡପତ୍ର କାହାଣୀ ପୁରୁଣା ଏବଂ ଉଭୟ ଏବେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ପରେ ଦୁହେଁ ଗଣେଶ ଉତ୍ସବ ଅବସରରେ ଏକାଠି ନଜର ଆସିଥିଲେ