News7 Logo

ସାଦା ପୋଷାକରେ ହଷ୍ଟେଲ ବାହାରକୁ ଯାଇ ଆଉ ଫେରି ନାହାନ୍ତି ଛାତ୍ରୀ, ଥାନାରେ ମାମଲା ରୁଜୁ

NEWS7
Bhuban

ଭୁବନ ୧୪।୯: କଲେଜ ହଷ୍ଟେଲରୁ ଛାତ୍ରୀ ନିଖୋଜ । ଥାନାରେ ମାମଲା ରୁଜୁ । ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରୁ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ କୁଆଡେ ନିଖୋଜ ହୋଇଯାଇଛନ୍ତି । ମହାବିଦ୍ୟାଳୟ ପରିସରରେ ଥିବା ମହିଳା ହଷ୍ଟେଲରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଛାତ୍ରୀମାନେ ଦୂର ଦୁରାନ୍ତରୁ ଆସି ଏଠାରେ ରହୁଛନ୍ତି । ଭୁବନ ଏକତାଳି ପଞ୍ଚାୟତ ଅନ୍ତର୍ଗତ ଚନ୍ଦାର ଗ୍ରାମର ଛାତ୍ରୀ ଏଠାରେ ରହି ପାଠ ପଢୁଥିବା ବେଳେ ଆଜି ଝିଅ ସହିତ ଯୋଗାଯୋଗ କରିବାରୁ ଝିଅ ହଷ୍ଟେଲରେ ନଥିବା ଜାଣିବାକୁ ପାଇଥିଲେ ମା’ । ହଷ୍ଟେଲରେ ଲାଗିଥିବା ସିସିଟିଭିରେ ସ୍ପଷ୍ଟ ଜଣାପଡୁଛି ଝିଅ କଲେଜ ଡ୍ରେସ ପିନ୍ଧି ନଥିବା ବେଳେ ସାଦା ପୋଷାକରେ ହଷ୍ଟେଲ ବାହାରକୁ ଯାଇ ଆଉ ଫେରି ନାହାନ୍ତି । ତେଣୁ ହଷ୍ଟେଲରେ ପହଞ୍ଚି ଦାୟିତ୍ୱରେ ଥିବା ଅଧ୍ୟାପିକା ଋତୁପର୍ଣ୍ଣା ପୃଷ୍ଟିଙ୍କ ସହିତ ଆଲୋଚନା କରିବା ପରେ ଏନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଭୁବନ ପୋଲିସ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି । ଏନେଇ ମହାବିଦ୍ୟାଳୟ ପକ୍ଷରୁ ମଧ୍ୟ ଭୁବନ ଥାନାରେ ଏକ ଅଭିଯୋଗ କରାଯାଇଥିବା ବେଳେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।