LIVE TV

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ଝଟକା; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୬ ରେକର୍ଡ, ସୁନାମୀ ଆଲର୍ଟ ଜାରି

NEWS7
Philippines

ନୂଆଦିଲ୍ଲୀ ୧୦।୧୦; ଶକ୍ତିଶାଳୀ ଭୂମିକମ୍ପ ଝଟକାର ଥରିଲା ଫିଲିପାଇନ୍ସ । ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ । ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନଥିଲା । ତଥାପି ଭୂମିକମ୍ପ ଝଟକାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ବିଭିନ୍ନ ଅଞ୍ଚଳରେ ସୁନାମୀ ଚେତାବନୀ ଜାରି ହୋଇଛି ।

ଫିଲିପାଇନ୍ସର ମିଣ୍ଡାନାଓରେ ଭୂମିକମ୍ପ ଅନୁଭୂତ ହୋଇଛି । ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ହୋଇଛି । ଭୂମିକମ୍ପ ଅନୁଭୂତ ପରେ ଭୟରେ ଘରୁ ବାହାରକୁ ଲୋକମାନେ ଚାଲିଆସିଥିବା ଦେଖିବାକୁ ମିଳିଛି । ଭୂମିକମ୍ପ ବିଜ୍ଞାନ ସଂସ୍ଥା ପକ୍ଷରୁ ସୁନାମୀ ଆଲର୍ଟ ଜାରି ହୋଇଛି । ଇଣ୍ଡୋନେସିଆର ବିଭିନ୍ନ ଅଞ୍ଚଳରେ ବି ସୁନାମୀ ଚେତାବନୀ ଦିଆଯାଇଛି । କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ହେଲେ ଭୂମିକମ୍ପ ପାଇଁ ରାସ୍ତା ଓ କାନ୍ଥରେ ସାମାନ୍ୟ ଫାଠ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।