LIVE TV

ଓଡ଼ିଶା ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଘଟଣାସ୍ଥଳକୁ ଗଲେ ରାଜ୍ୟ ମହିଳା କମିଶନ୍‌

NEWS7
women commission

ଭୋଗରାଇ ୧୩/୧୦: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଶା ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଘଟଣାସ୍ଥଳକୁ ଗଲେ ରାଜ୍ୟ ମହିଳା କମିଶନ୍‌ ଶୋଭନା ମହାନ୍ତି । ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିବେ ରାଜ୍ୟ ମହିଳା କମିଶନ୍। ମହିଳା କମିଶନ ଅଧ୍ୟକ୍ଷାଙ୍କ ସମେତ ୩ ଜଣିଆ ଟିମ୍ ଦୁର୍ଗାପୁର ଗଲେ । ପୀଡ଼ିତା ଛାତ୍ରୀଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିବୁ କହିଲେ । ‘ତଦନ୍ତର ଅଗ୍ରଗତି ନେଇ ପଶ୍ଚିମବଙ୍ଗ ଡିଜିପିଙ୍କ ସହ ଆଲୋଚନା କରିବୁ’ ବୋଲି ସେ କହିଛନ୍ତି ।ସେହିପରି ଘଟଣାରେ ୪ ଜଣଙ୍କୁ ଗିରଫ କରି ଅନ୍ୟ ଜଣଙ୍କୁ ଖୋଜିବାରେ ଲାଗିଛି । ଦୁର୍ଗାପୁର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।

କ୍ରାଇମସ୍ପଟ୍‌ରେ ତଦନ୍ତକାରୀ ଟିମ୍ ତନାଘନା କରି ଫେରିଛି । ଫେରାର ଥିବା ଅଭିଯୁକ୍ତଙ୍କୁ ଡ୍ରୋନ୍ ମାଧ୍ୟମରେ ଖୋଜୁଛି  ସ୍ପେସାଲ୍ ଟିମ୍ । ପୀଡ଼ିତା ଛାତ୍ରୀ ଜଣକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର । ସେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଦ୍ୱିତୀୟ ବର୍ଷର ଛାତ୍ରୀ । ଏହି ଘଟଣା ମେଡିକାଲ କଲେଜ କ୍ୟାମ୍ପସ ବାହାରେ ଘଟିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଗିରଫ ହୋଇଥିବା ଯୁବକ ମାନଙ୍କୁ ପୋଲିସ ରିମାଣ୍ଡରର ନେଇଥିବା ସୂଚନା ମଧ୍ୟ ରହିଛି ।

ତେବେ ପୋଲିସ ସଠିକ ଭାବରେ ତଦନ୍ତ କରି ସତ ସାମ୍ନାକୁ ଆଣିବାକୁ ସବୁ ଆଡେ ଲୋକେ ଦାବି କରୁଥିବା ବେଳେ ଘଟଣାକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ସବୁ ଆଡେ ପ୍ରତିବାଦ ଆରମ୍ଭ ହୋଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ୟବ ଆଦୌ ଗ୍ରହଣୀୟ ନୁହେଁ ବୋଲି ଲୋକେ କହିଛନ୍ତି । ଆଜି ଦିନ ୧୧ ଟାରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବା ସହିତ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।