LIVE TV

ଆଗ୍ରାରେ ଲୋକଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର; ଚାଲିଗଲା ୫ ଜୀବନ, ଅନେକ ଆହତ

NEWS7
Agra Car Tragedy: 5 Dead, Chaos on Streets

ନୂଆଦିଲ୍ଲୀ ୨୫।୧୦; ଉତ୍ତର ପ୍ରଦେଶର ଆଗ୍ରାରୁ ମର୍ମନ୍ତୁଦ ଦୁର୍ଘଟଣା । ଶୁକ୍ରବାର ବିଳମ୍ବିତ ରାତିରେ ଏହି ସଡକ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଆଗ୍ରାର ନଗାଲା ବୁଧି ଅଞ୍ଚଳରେ ଏକ ଦ୍ରୁତଗାମୀ କାର ଘର ବାହାରେ ବସିଥିବା ଲୋକଙ୍କ ଉପରେ ମାଡି ଯାଇଥିଲାଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏନେଇ ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କାରଟି ଏତେ ଦ୍ରୁତ ଗତିରେ ଥିଲା ଯେ ଡ୍ରାଇଭର ନିୟନ୍ତ୍ରଣ ହରାଇ କାନ୍ଥରେ ପିଟି ହୋଇଥିଲା। ପରେ ରାସ୍ତା କଡ଼ରେ ବସିଥିବା ଲୋକଙ୍କ ଉପରେ ମାଡି ଯାଇଥିଲା । କହିବାକୁ ଗଲେ ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି । ଏହି ସମୟରେ, ମୃତ ବବଲିଙ୍କ ଭାଇ ପିଣ୍ଟୁ ଘଟଣାସ୍ଥଳେ କହିଛନ୍ତି ଯେ ଏକ ଦ୍ରୁତଗାମୀ କାର ଆସି ଡିଭାଇଡର ସହିତ ଧକ୍କା ହେବା ପୂର୍ବରୁ ସମସ୍ତଙ୍କ ଉପରେ ଚଢ଼ିଗଲା। ଦୁର୍ଘଟଣା ସମୟରେ ମୋ ଭଉଣୀ ଏବଂ ଅନ୍ୟ କେତେକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।