ନୂଆଦିଲ୍ଲୀ: ଆମେରିକାର ମିଶିଗାନର ଏକ ଚର୍ଚ୍ଚରେ ଗୁଳିକାଣ୍ଡ ସହ ପୋଡ଼ାଜଳା ହୋଇଛି। ଗ୍ରାଣ୍ଡ ବ୍ଲାଙ୍କରେ ଥିବା ଚର୍ଚ୍ଚ ଅଫ୍ ଜିସସ୍ କ୍ରାଇଷ୍ଟ ଅଫ୍‌ ଲାଟର ଡେ ସେଣ୍ଟସରୁ ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି। ସେପେଟ ପୋଲିସ ଗୁଳିରେ ଆକ୍ରମଣକାରୀର ଜୀବନ ଯାଇଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଆଠ ଜଣ ଆହତ ହୋଇଥିବା ଜଣାପଡ଼ିଥିବାବେଳେ, ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ସଂଖ୍ୟା ସ୍ପଷ୍ଟ ହୋଇନାହିଁ।

ଚର୍ଚ୍ଚ ଭିତରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ କାମ କରୁଛନ୍ତି। ପୋଲିସର ସୂଚନା ଅନୁଯାୟୀ, ବର୍ତ୍ତମାନ କୌଣସି ସାଧାରଣ ନାଗରିକଙ୍କ ପ୍ରତି କୌଣସି ବିପଦ ନାହିଁ। ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ। ତଦନ୍ତ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ ଲୋକଙ୍କୁ ଘଟଣାସ୍ଥଳରୁ ଦୂରରେ ରହିବାକୁ ଅନୁରୋଧ କରିଛି।

ଦିନକ ତଳେ ହୋଇଥିଲା ଚର୍ଚ୍ଚ ସଭାପତିଙ୍କ ମୃତ୍ୟୁ

ତେବେ ଏହି ଘଟଣାଟି ଚର୍ଚ୍ଚ ପୂର୍ବତନ ନେତା ରସେଲ ଏମ ନେଲସନଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଘଟିଛି। ସେ ୧୦୧ ବର୍ଷର ଥିଲେ ଆଉ ଦୀର୍ଘ ଦିନରୁ ଚର୍ଚ୍ଚରେ ସଭାପତି ଦାୟିତ୍ବରେ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଚର୍ଚ୍ଚ, କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା। ଯେପରିକି "ମୋରମନ୍" ଶବ୍ଦର ବ୍ୟବହାର ହ୍ରାସ କରିବା ଏବଂ LGBTQ+ ଲୋକଙ୍କ ପ୍ରତି ଅଧିକ ଉଦାର ମନୋଭାବ ଦେଖାଇବା।