LIVE TV

ବିଶ୍ୱର ସବୁଠାରୁ ଧନୀ ଅଭିନେତା ଶାହରୁଖ ଖାନ, ପଛରେ ପଡିଲେ ଏହି ସବୁ ସେଲିବ୍ରିଟି

NEWS7
ShahRukh

ନୂଆଦିଲ୍ଲୀ ୦୨।୧୦ : ବଲିଉଡର ବାଦଶାହା ଶାହାରୁଖ ଖାନ ଏବେ ସାରା ବିଶ୍ୱରେ ନିଜର ରାଜତ୍ୱ ସ୍ଥାପନ କରିଛନ୍ତି। ଏହି ସୁପରଷ୍ଟାର ବହୁ ବର୍ଷ ଧରି ଭାରତର ସବୁଠାରୁ ଧନୀ ଅଭିନେତାର ଖ୍ୟାତି ବଜାୟ ରଖିଛନ୍ତି ଆଉ ଏବେ ନୂତନ ରିପୋର୍ଟରୁ ଜଣାପଡିଛି ଯେ ଶାହରୁଖ ଖାନ ବିଶ୍ୱର ସବୁଠାରୁ ଧନୀ ଅଭିନେତା ହୋଇଛନ୍ତି। କୋଟିପତି ହୋଇ କିଙ୍ଗ ଖାନ ବିଶ୍ୱର ସବୁଠାରୁ ଧନୀ ଅଭିନେତା ମାନଙ୍କୁ ପଛରେ ପକାଇ ଦେଇଛନ୍ତି।

ଶାହରୁଖ ଖାନ ଏବେ ଅନେକ ଆନ୍ତର୍ଜାତୀୟ ସେଲିବ୍ରିଟିଙ୍କ ଠାରୁ ଅଧିକ ଧନୀ ହୋଇଛନ୍ତି। ସେ ଟେଲର ସ୍ୱିଫ୍ଟ (୧୧୫୨୮ କୋଟି), ଆର୍ନୋଲ୍ଡ ସ୍କ୍ୱାର୍ଜେନେଗର (୧୦୬୪୧ କୋଟି), ଜେରି ସେନଫିଲ୍ଡ (୧୦୬୪୧ କୋଟି) ଏବଂ ସେଲେନା ଗୋମେଜ (୬୩୮୫ କୋଟି)ଙ୍କ ସମ୍ପତ୍ତିକୁ ପଛରେ ପକାଇ ଦେଇଛନ୍ତି। ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪ ଅନୁଯାୟୀ, ଶାହରୁଖ ଖାନଙ୍କ ସମ୍ପତ୍ତି ୭୩୦୦କୋଟି ଥିଲା। ଆଉ ୨୦୨୫ ତାଲିକା ଅନୁସାରେ, ଗୋଟିଏ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ୫୧୯୦ ଟଙ୍କା କୋଟି ବୃଦ୍ଧି ପାଇଛି। ଏହା ସହିତ, ଶାହରୁଖ ଖାନଙ୍କ ମୋଟ ସମ୍ପତ୍ତି ଏବେ ୧୨୪୯୦ କୋଟିରେ ପହଞ୍ଚିଛି, ଯାହା ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ଅଭିନେତାର ଆଖ୍ୟା ପ୍ରଦାନ କରିଛି।

ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ ରେ ଅନେକ ଭାରତୀୟ ସେଲିବ୍ରିଟି ସାମିଲ ଅଛନ୍ତି। ତାଲିକା ଅନୁସାରେ, ବଲିଉଡର ଜଣ ସବୁଠାରୁ ଧନୀ ସେଲିବ୍ରିଟିଙ୍କ କଥା ଆସିଲେ, ଶାହରୁଖ ଖାନ ତାଲିକାର ଶୀର୍ଷରେ ଅଛନ୍ତି, ତାଙ୍କ ପରେ ରାଣୀ ମୁଖାର୍ଜୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରାଣୀ ଏବଂ ତାଙ୍କ ପରିବାରର ମୋଟ ସମ୍ପତ୍ତି ୭୭୯୦ କୋଟି। ହ୍ରିତିକ୍ ରୋଶନ ୨୧୬୦ କୋଟି ସମ୍ପତ୍ତି ସହିତ ତୃତୀୟ ସ୍ଥାନରେ ଅଛନ୍ତି । ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୧୮୮୦ କୋଟି ସମ୍ପତ୍ତି ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି, ଏବଂ ଅମିତାଭ ବଚ୍ଚନ ୧୬୩୦ କୋଟି ସମ୍ପତ୍ତି ସହିତ ପଞ୍ଚମ ସ୍ଥାନରେ ଅଛନ୍ତି।