News7 Logo

ସେନ୍‌ସେକ୍ସରେ ୪୦୯ ଅଙ୍କ ବୃଦ୍ଧି, ନିବେଶକଙ୍କ ଲାଭ ୩ ଲକ୍ଷ କୋଟି ଟଙ୍କା

NEWS7
share market

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ବୁଧବାର ଅପରାହ୍ଣ୍ ପରେ ଭଲ କ୍ରୟ ଦେଖିବାକୁ ମିଳିଥିଲା । ଏହି କାରଣରୁ ସେନସେକ୍ସ ଓ ନିଫ୍ଟି କାରବାର ଶେଷରେ ପ୍ରାୟ ଆଧା ପ୍ରତିଶତ ଯାଏ ବଢି ବନ୍ଦ ହୋଇଛି । ସେନ୍‌ସେକ୍ସ ୪୦୯.୮୩ ଅଙ୍କ ବଢି ୮୦,୫୬୭.୭୧ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୩୫.୪୫ ଅଙ୍କ ବଢି ୨୪,୭୧୫.୦୫ ସ୍ତରରେ ବନ୍ଦ ହୋଇଛି । ଏହି ବୃଦ୍ଧି ସହ ନିବେଶକଙ୍କ ସମ୍ପତ୍ତି ପ୍ରାୟ ୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି ।

ଆଜି କାରବାରରେ ସବୁଠୁ ଅଧିକ ବୃଦ୍ଧି ମେଟାଲ୍ କମ୍ପାନି ସେୟାରରେ ଦେଖିବାକୁ ମିଳିଛି । ଦୁର୍ବଳ ଡଲାର ଓ ଚୀନର ଷ୍ଟିଲ୍ ହ୍ରାସ ଯୋଜନା ଯୋଗୁ ଜେଏସଡବ୍ଲୁ ଷ୍ଟିଲ୍, ଟାଟା ଷ୍ଟିଲ୍ ଓ ହିଣ୍ଡାଲ୍କୋର ସେୟାରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ନିଫ୍ଟି ମେଟାଲ୍ ପ୍ରାୟ ୩ ପ୍ରତିଶତ ବୃଦ୍ଧି ପାଇ ଟପ୍ ସେକ୍ଟୋରାଲ୍ ଗେନର୍ ରହିଛି ।

ଅନ୍ୟ ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ କଥା ଯଦି କହିବା, ଏଏସ୍‌ୟୁ ବ୍ୟାଙ୍କ, ଫାର୍ମା ଓ ଅଟୋ ଇଣ୍ଡେକ୍ସରେ ୦.୭ରୁ ୧ ପ୍ରତିଶତ ଯାଏ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ଏଫ୍‌ଏମ୍‌ସିଜି, ଏନର୍ଜି, ରିୟଲ୍ଟି ଓ ଇନଫ୍ରା ସେକ୍ଟରରେ ସାମସ୍ୟା ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ନିଫ୍ଟି ଆଇଟି ଇଣ୍ଡେକ୍ସ ଆଜି ଚାପରେ ରହିଥିଲା ଓ ୦.୮ ପ୍ରତିଶତ ହ୍ରାସ ପାଇ ବନ୍ଦ ହୋଇଥିଲା।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ଆଜି ବଢି ୪୫୨.୮୭ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ମଙ୍ଗଳବାର ୪୪୯.୯୦ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ କ୍ୟାପ୍ ୨.୯୭ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ୨.୯୭ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ଆଜିର କାରବାରରେ ବିଏସଇ ସେନ୍‌ସେକ୍ସର ୩୦ ମଧ୍ୟରୁ ୨୨ ସେୟାର ସବୁଜ ସଂକେତରେ ବନ୍ଦ ହୋଇଥିଲା । ଅନ୍ୟପଟେ  ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଥିଲା ।