LIVE TV

ବିଜେପି ଦଳର ଘୋଡ଼ା ବେପାରରେ ବିକ୍ରି ହୋଇଗଲେ ଜୟ ଢୋଲକିଆ, ଏହାକୁ ନୂଆପଡାବାସୀ କେବେ ଗ୍ରହଣ କରିବେ ନାହିଁ

NEWS7
BJD

ଭୁବନେଶ୍ବର ୧୧।୧୦:  ଜୟ ଢୋଲକିଆ ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ୍‌ କଲେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ସେ କହିଛନ୍ତି, ନୂଆପଡ଼ାର ଜୟ ଢୋଲକିଆ ବିଜେପିରେ ମିଶିଲେ । କିଛି ଦିନ ତଳେ କହିଥିଲେ ମୋର ନେତା ନବୀନଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ । ବିଜେପି ଦଳର ଘୋଡ଼ା ବେପାରରେ ବିକ୍ରି ହୋଇଗଲେ । ରାଜେନ୍ଦ୍ର ଢୋଲକିଆ ବଞ୍ଚିଥିଲେ ସେ କେବେ ଏହାକୁ ଗ୍ରହଣ କରିନଥାନ୍ତେ । ଜୟ ଢୋଲକିଆ ଯଦି ପ୍ରକୃତରେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ହୋଇଥାନ୍ତେ ସେ କେବେ ଏଭଳି କରିନଥାନ୍ତେ । ସେ ଯେହେତୁ ପୋଷ୍ୟପୁତ୍ର ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ତାଙ୍କ ଦେହରେ ନାହିଁ ତେଣୁ ସେ ଏଭଳି ନିଷ୍ପତ୍ତି ନେଲେ । ଏହାକୁ ନୂଆପଡାବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ପ୍ରତାପ ଜେନା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେପିରେ ମିଶିଛନ୍ତି ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଜୟ ବିଜେପି ଦଳରେ ସାମିଲ ହୋଇଛନ୍ତି