ଭୁବନେଶ୍ବର: ଶୁକ୍ରବାର ଆଇଏମ୍‌ସ୍‌ ଆଣ୍ଡ ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସ ୨ରେ ଆୟୋଜିତ ହୋଇଯାଇଛି ହାର୍ଟ ଆଟାକ୍‌ ଏବଂ ସିପିଆର ସମ୍ବନ୍ଧୀୟ କର୍ମଶାଳା ଆଇଏପି ବିଏଲ୍ଏସ ପ୍ରୋଭାଇଡର କୋର୍ସ ଫର୍ ଏଚସିପି। ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମେଡିକାଲ ଷ୍ଟାଫ୍‌ମାନଙ୍କୁ ହାର୍ଟ ଆଟାକ୍ ଏବଂ ସିପିଆର ବିଷୟରେ ଅଧିକ ସଚେତନ କରାଇବା।

ହାର୍ଟ ଆଟାକ ଆସିଲେ ରୋଗୀଙ୍କୁ କିପରି ବଞ୍ଚାଇବେ ? ସିପିଆର୍ କେମିତି ଦେବେ ? ସିପିଆର ଦେବାର ଟେକ୍‌ନିକ୍ କ’ ? ସିପିଆର ଦେବା ପରେ କଣ କରିବେ ? ହାର୍ଟ ଆଟାକ୍‌ ରୋଗୀଙ୍କ ପାଇଁ ପ୍ରଥମ ୫ ମିନିଟ୍‌ କାହିଁକି ସର୍ବାଧିକ ଗୁରୁତ୍ଵପୂର୍ଣ୍ଣ ? ମେଡିକାଲ ଷ୍ଟାଫ୍ ସମସ୍ତେ ଏସବୁ ଜାଣିବା ଉଚିତ୍ତେଣୁ ଏହି ଉଦ୍ଦେଶ୍ୟରେ ସେମିନାରର ଆୟୋଜନ କରାଯାଇଥିଲା।

ସେମିନାରରେ ମେଡିଆଲର ୪୦ ଜଣ ନର୍ସ ଓ ଡାକ୍ତରୀ ଷ୍ଟାଫ୍ ଏନେଇ ହ୍ୟାଣ୍ଡସ ଅନ ଟ୍ରେନିଂ ଶିଖିଥିଲେ । ଥିଓରୀ ପଢ଼ି ପରୀକ୍ଷା ବି ଦେଇଥିଲେ । ହସ୍ପିଟାଲ କିମ୍ବା ବାହାରେ କୌଣସି ସ୍ଥାନରେ ହେଉ ହାର୍ଟ ଆଟାକ୍ ଆସିଲେ ରୋଗୀଙ୍କୁ କିପରି ସମୟ ନଷ୍ଟ ନକରି ତୁରନ୍ତ ସିପିଆର ଦେଇ ଜୀବନ ବଞ୍ଚାଇ ହେବ ସେନେଇ ସମସ୍ତେ ଶିକ୍ଷା ଗ୍ରହଣ କରିଥିଲେ। ଏହି ସେମିନାର୍‌ରେ ସମ୍‌ର ଡାକ୍ତର ଓ ନର୍ସ ଷ୍ଟାଫ୍ ଉପସ୍ଥିତ ରହିବା ସହିତ କଟକ ଶିଶୁ ଭବନ କୋରାପୁଟ ମେଡିକାଲ କଲେଜରୁ ଦୁଇ ଜଣ ଡାକ୍ତର ଯୋଗ ଦେଇଥିଲେ।