ଜଗତସିଂହପୁର :​​​​​​​ ରାମତରା ନିକଟରେ 300 ମିଟର ନୂଆ ମୁହାଣ ସୃଷ୍ଟି କରିଛି ସମୁଦ୍ର ଫଳରେ ବ୍ୟାପକ ଝାଉଁ ଜଙ୍ଗଲ ସହ ଚିଙ୍କୁଡ଼ି ଘେରି ଚାଷ ଜମି ମଧ୍ୟ ପ୍ରଭାବିତ ହୋଇଛି ହଠାତ ସମୁଦ୍ରର  ଉଗ୍ର ରୂପ ଦେଖି ଜଗତସିଂହପୁର  ଜିଲ୍ଲା ତଟବର୍ତୀ  ରାମତରା ଗାଁ ସମେତ ସ୍ଥାନୀୟ ଅଂଚଳର 5ଟିରୁ ଉର୍ଦ୍ଧ୍ୱ ପଞ୍ଚାୟତର ଲୋକେ ଭୟ ଆଶଙ୍କା ଭିତରେ ରହିଛନ୍ତି ଏଠାରେ ବାରମ୍ବାର ସମୁଦ୍ର ଉଗ୍ର ରୂପ ଦେଖାଇ ଜନବସତି ଆଡ଼କୁ ମାଡି ଆସୁଥିବା ବେଳେ ଗତ ଦୁଇ ଦିନ ହେଲା  ଅଧିକ ଭୟଙ୍କର ହୋଇ ଉଠିଛି ଦୁଇ ଦିନ ହେଲା ସମୁଦ୍ର କୁଳ ଲଙ୍ଘି ପ୍ରାୟ ଅଧା କିମି ପର୍ଯ୍ୟନ୍ତ ସ୍ଥଳ ଭାଗ ଆଡ଼କୁ ମାଡି ଆସିବା ସହ  ଚାଷ ଜମିରେ ଲୁଣି ପାଣି ମାଡ଼ି ଯାଇ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି ସେହିପରି ରାମତରା  ଗାଁରେ  ଲୁଣା ପାଣି ପଶି ଥିବାରୁ ଏହି ଗାଁ ଲୋକଙ୍କର ନିଦ ହଜି ଯାଇଛି।

ସମୁଦ୍ରତଟରେ ବାତ୍ୟା ସୁନାମି ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏକ ପ୍ରକାର ସୁରକ୍ଷା ପ୍ରାଚୀର ହୋଇ ଛିଡ଼ା ହେଉଥିବା ଝାଉଁ ଜଙ୍ଗଲର ମଧ୍ୟ  ବ୍ୟାପକ କ୍ଷତି କରିଛି ସମୁଦ୍ର ସ୍ଥାୟୀ ପ୍ରତିକାର ନିମନ୍ତେ ସ୍ଥାନୀୟ ଅଞ୍ଚଳର ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷପ ନେଉ ନଥିବାରୁ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ପରିସ୍ଥିତି ଅଧିକ ଜଟିଳ ହେଉଥିବା ବେଳେ ପ୍ରଶାସନ ଏହାର ପ୍ରତିକାର ନିମନ୍ତେ ଉଚିତ ସମୟରେ ପଦକ୍ଷପ ଗ୍ରହଣ ନକଲେ ଖୁବ୍ କମ୍ ଦିନ ମଧ୍ୟରେ ରାମତରା,ଶିଆଳି କଳାବେଦୀ ଗାଁ ଦିନେ ସମୁଦ୍ର ଆଁ ରେ ଲୀନ ହୋଇଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ