News7 Logo

ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ ଅଭିଯୋଗ : ବିଜ୍ଞାନ ଶିକ୍ଷକଙ୍କୁ ସସ୍‌ପେଣ୍ଡ କଲେ ସାଲେପୁର ବିଇଓ

NEWS7
Suspend

ସାଲେପୁର ୧୭୯:  ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ନିଲମ୍ବିତ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅଧିନ ବଣହରା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କ ବିରୁଦ୍ଧରେ ହୋଇଥିଲା ଏଭଳି ସଙ୍ଗୀନ ଅଭିଯୋଗ । ବିଦ୍ୟାଳୟର ଛାତ୍ରୀ ମାନଙ୍କ ପ୍ରତି ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ କରି ସମ୍ପୃକ୍ତ ବିଜ୍ଞାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ସାଲେପୁର ବିଇଓ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ସାଲେପୁର ଶିକ୍ଷା ମଣ୍ଡଳ ଅଧିନ ବଣହରା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ମୋହନ ବେହେରାଙ୍କ ବିରୁଦ୍ଧରେ ଛାତ୍ରୀ ମାନଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ଆସିଥିଲା । ଅଭିଭାବକ ମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ଏଭଳି ସଙ୍ଗୀନ ଅଭିଯୋଗ କରିଥିଲେ । ଯାହାକୁ ନେଇ ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ବିଷୟରେ ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ମଙ୍ଗଳବାର ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀ ବଣହରା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବିଜ୍ଞାନ ଶିକ୍ଷକ ରଞ୍ଜନ ମୋହନ ବେହେରାଙ୍କୁ ନିଲମ୍ବିତ କରିଥିବା ନେଇ ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ସୂଚନା ଦେଇଛନ୍ତି ।