News7 Logo

କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ୧୦୨ କୋଟି ଟଙ୍କାର ଜରିମାନା, ସୁନା ଚୋରା ଚାଲାଣ ମାମଲାରେ ଆକ୍ସନ

NEWS7
Ranya Rao gold smuggling case Actor imposed with Rs 102 cr penalty

ନୂଆଦିଲ୍ଲୀ: ଦୁବାଇରୁ ବେଆଇନ ସୁନା ଚାଲାଣ ମାମଲାରେ ଜେଲରେ ସଜା କାଟୁଥିବା ରାନ୍ୟାଙ୍କ ଉପରେ ମୋଟା ଜରିମନା ଲଗାଇଛି । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୧୦୨.୫୫ କୋଟି ଟଙ୍କାର ଜରିମାନା ନୋଟିସ୍ ପଠାଇଛି । କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବେଆଇନ ଭାବେ ସୁନା ଚୋରା ଚାଳାନ କରି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । ସେହି ସମୟରେ ଡିଆରଆଇ ଅଧିକାରୀମାନେ ରାନ୍ୟା ରାଓଙ୍କଠାରୁ ୧୪.୮ କୋଟି ଟଙ୍କାର ସୁନା ଜବତ କରିଥିଲେ ।

ତଦନ୍ତ ବେଳେ ଡିଆରଆଇ ଜାଣିବାକୁ ପାଇଥିଲା ଯେ ରାନ୍ୟା ରାଓ ୧୫ ଦିନରେ ଚାରି ଥର ଦୁବାଇ ଯାଇଥିଲେ । ପ୍ରତ୍ୟେକ ଥର ସେ ସୁନା ଚୋରା ଚାଲାଣ କରିଥିଲେ । ଏବେ ଏହି ମାମଲାରେ ଡିଆରଆଇ ପକ୍ଷରୁ ତାଙ୍କୁ ୧୦୨.୫୫ କୋଟି ଟଙ୍କା ଜରିମାନା ଭରିବା ପାଇଁ ନୋଟିସ୍ ଜାରି କରାଯାଇଛି । ସେପ୍ଟେମ୍ୱର ୨ରେ ରାନ୍ୟା ସମେତ ଚାରି ଅଭିଯୁକ୍ତଙ୍କୁ ଜେଲ୍ ପଠାଯାଇଥିଲା । ସୂଚନା ଅନୁସାରେ ଜରିମାନା ଅନାଦେୟ କ୍ଷେତ୍ରରେ ସମ୍ପତ୍ତି ବାଜ୍ୟାପ୍ତ କରାଯାଇପାରେ ।

ଏହି ମାମଲାରେ ହୋଟେଲ୍ ବ୍ୟବସାୟୀ ତରୁଣ କୋଣ୍ଡାରାଜୁଙ୍କ ଉପରେ ୬୩ କୋଟି ଟଙ୍କା ଓ ସୁନା ଦୋକାନୀ ସାହିଲ ସକାରିୟା ଜୈନ ଓ ଭରତ କୁମାର ଜୈନଙ୍କ ଉପରେ ୫୬-୫୬ କୋଟି ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି । ମଙ୍ଗଳବାର ଡିଆରଆଇ ଅଧିକାରୀ ବେଙ୍ଗାଲୁରୁ ସେଣ୍ଟ୍ରାଲ୍ ଜେଲ୍ ପହଞ୍ଚି ସମସ୍ତଙ୍କୁ ୨୫୦-୨୫୦୦ ପୃଷ୍ଠାର ନୋଟିସ୍ ଦେଇଥିଲେ । ଅଭିନେତ୍ରୀଙ୍କୁ ଚଳିତ ମାସ ଜୁଲାଇରେ ସୁନା ଚାଲାଣ ମାମଲାରେ ଫେମା ଅଧିନିୟମରେ ଗୋଟିଏ ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇଥିଲା ।

ମାର୍ଚ୍ଚ ୩ରେ ଡିଆରଆଇ କେମ୍ପାଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର, ବେଙ୍ଗାଲୁରୁରୁ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଗିରଫ କରିଥିଲା । ତାଙ୍କ ନିକଟରୁ ୧୪ କିଲୋରୁ ଅଧିକ ସୁନା ମିଳିଥିଲା । ଏହାପରେ ମାର୍ଚ୍ଚ ୬ରେ ମୁମ୍ୱାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁଇ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ୧୮.୯୨ କୋଟି ଟଙ୍କାର ୨୧.୨୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା ।