LIVE TV

କଂଗ୍ରେସରେ ମିଶିଥିଲେ ରାଜେନ୍ଦ୍ର ଢ଼ୋଲକିଆଙ୍କ ବ୍ୟକ୍ତିଗତ ସଚିବ, ଚାପ ପକାଇ ରାମଲାଲ ହଂସଙ୍କୁ ଅପହରଣ ଅଭିଯୋଗ

NEWS7
Congress

ନୂଆପଡ଼ା ୧୦୧୦: ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ବ୍ୟକ୍ତିଗତ ସଚିବ ରାମଲାଲ ହଂସଙ୍କ କଂଗ୍ରେସରେ ଯୋଗଦାନ ପ୍ରସଙ୍ଗରେ ଆସିଲା ନୂଆ ଟ୍ଵିଷ୍ଟ ଗୁରୁବାର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ରାମଲାଲ କଂଗ୍ରେସରେ ଯୋଗଦାନ କରିଥିଲେ । ଏହି ଘଟଣାରେ ଶୁକ୍ରବାର ନୂଆ ମୋଡ଼ ଆସିଛି । ରାମଲାଲ ହଂସକୁ ଚାପ ପକାଇ ଅପହରଣ କରିଥିବା ଅଭିଯୋଗ ହୋଇଛି । ବିଜେଡିର ନେତାମାନେ ଅପହରଣ କରିଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଅଭିଯୋଗ ଆଣିଛନ୍ତି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଘାସିରାମ ମାଝୀ

ର୍ତ୍ତମାନ ରାମଲାଲ ହଂସ କେଉଁଠି ଅଛନ୍ତି କିଛି ସୂଚନା ନାହିଁ ବୋଲି ସେ କହିଛନ୍ତି । ରାମଲାଲ ଦୀର୍ଘ ବର୍ଷ ଧରି ନୂଆପଡ଼ା ବିଧାୟକ ଦିବଂଗତ ରାଜେନ୍ଦ୍ର ଢ଼ୋଲକିଆଙ୍କବ୍ୟକ୍ତିଗତ ସଚିବ ଥିଲେ ଉତ୍କଳ ଯାଦବ ମହାସଭାର ଉପଦେଷ୍ଟା ସହ ସର୍ବ ଭାରତୀୟ ଯାଦବ ମହାସଭାର ସଭ୍ୟ ମଧ୍ୟ ଅଛନ୍ତି ରାମଲାଲ ହଂସ ।

ସୂଚନାଯୋଗ୍ୟ ଯେ, ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍‌ ଧରିଛି ନୂଆପଡ଼ା ରାଜନୀତି କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିବା ସହ କଂଗ୍ରେସ ଛାଡିଥିବା ନେତାଙ୍କ ସହ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳଙ୍କୁ ମିଶାଇ ବଳ ବଢ଼ାଇବାରେ ଲାଗିଛି ପଦଯାତ୍ରା କରି ଦଳ ସହ ଲୋକଙ୍କୁ ଯୋଡିବା ପ୍ରୟାସ ଆରମ୍ଭ କରିଛି ବିଜେଡି ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀ ଘୋଷଣା ସହ ପ୍ରଚାରକୁ ଓହ୍ଲାଇ ସାରିଲାଣି ଏବେ ନଜର ବିଜେପି ଓ ବିଜେଡି କାହାକୁ କରୁଛନ୍ତି ପ୍ରାର୍ଥୀ ଏହାକୁ ନେଇ ରାଜନୈତିକ ମହଲରେ ଢ଼େର ଚର୍ଚ୍ଚା ମଧ୍ୟ ହେଉଛି ଏସବୁ ଭିତରେ ନୂଆପଡ଼ା ମଇଦାନକୁ ନୂଆ ଫେସ୍ ଛାଡିବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି ନୂଆପଡ଼ା ବିଜେପିର ପୁରଖା ଚେହେରା ବସନ୍ତ ପଣ୍ଡା ଏବଂ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କ ବଦଳରେ ଏଥର ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ସୋନିଆ ଜୈନଙ୍କୁ ବିଜେପି ନୂଆପଡ଼ା ଚେହେରା କରିବ ବୋଲି ଜୋର୍‌ ଧରିଛି ଚର୍ଚ୍ଚା ଏଥିସହ ଜଣାଶୁଣା ସଙ୍ଗଠକ ତଥା ଆରଏସଏସ ନେତା ଯଦୁମଣି ପାଣିଗ୍ରାହୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ଏନେଇ ବିଜେପିର କୋର୍ କମିଟି ବୈଠକରେ ପ୍ରାର୍ଥୀଙ୍କ ନାଁ ଫାଇନାଲ୍‌ ହେବ ବୋଲି ଜଣାପଡ଼ିଛି

ନୂଆପଡ଼ା ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିନି କିନ୍ତୁ ଗଡ଼ରକ୍ଷା କରିବାକୁ ଏବେଠୁ ପ୍ରଚାର ଆରମ୍ଭ କରିଦେଇଛି ଦଳ ନୂଆପଡାରେ ପଦଯାତ୍ରା ଆରମ୍ଭ କରିଛି ବିଜେଡି ନୂଆପଡାରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ସ୍ଥିର କରିଥିବା ବେଳେ ସୁପ୍ରିମୋଙ୍କ ଘୋଷଣା ବାକି ଅଛି   ଏପଟେ ଦଳ ନୂଆପଡା ଯୁଦ୍ଧ ପରିଚଳନା ପାଇଁ ୩ଟି ଗୁରୁତ୍ବପୂର୍ଣ୍ଣ କମିଟି ଗଠନ କରିବା ସହ ପଶ୍ଚିମ ଓଡ଼ିଶା ନେତାଙ୍କୁ ଗୁରୁଦାୟିତ୍ବ ଦେଇଛି ବିଜେଡି

ନୂଆପଡ଼ା ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ଆଗୁଆ ଥିବାବେଳେ ଏବେ ଦଳ ଛାଡ଼ିଥିବା ପୁରୁଖା ନେତାଙ୍କୁ ଦଳରେ ମିଶାଇବା ସହ ଛୋଟ ଛୋଟ ଦଳକୁ ମିଶାଇ ବଳ ବଢ଼ାଉଛି   ପୂର୍ବରୁ କଂଗ୍ରେସ ଛାଡିଥିବା ଲଢୁଆ ଯୁବ ନେତା ରବି ମଙ୍ଗରାଜ ଆଜି ବିଧିବଦ୍ଧ ଭାବେ ନିଜ ସମର୍ଥକଙ୍କ ସହ କଂଗ୍ରେସରେ ମିଶିଛନ୍ତି ଅଢେଇ ହଜାରରୁ ଅଧିକ ସମର୍ଥକଙ୍କୁ ସାଙ୍ଗରେ ଧରି ରାଲିରେ କଂଗ୍ରେସରେ ଯୋଗ ଦେଇଛନ୍ତି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍‌ ପିସିସି ସଭାପତି ଭକ୍ତ ଦାସ ଗାଁକୁ ଗାଁ ପଦଯାତ୍ରା କରି ଲୋକଙ୍କ ସମର୍ଥନ ଲୋଡ଼ୁଛି କଂଗ୍ରେସ    

ସେପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ ପାଇଛି ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧ ଲକ୍ଷ ୨୪ ହଜାର ୧୦୮ ଓ ମହିଳା ଭୋଟର ୧ ଲକ୍ଷ ୨୯ ହଜାର ୪୯୫ ଅଛନ୍ତି ନୂଆପଡ଼ା ଉପନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ
​​​​​​​