LIVE TV

ଡେବିଟ୍ କାର୍ଡ, ଲେଟ୍‌ ପେମେଣ୍ଟ ଭଳି ଫି’ କମାଇବାକୁ ବ୍ୟାଙ୍କ୍‌ମାନଙ୍କୁ ଆରବିଆଇର ପରାମର୍ଶ; ଗ୍ରାହକଙ୍କୁ ଆଶ୍ବସ୍ତି ଦେବାକୁ ପ୍ରୟାସ

NEWS7
RBI directs banks to reduce fees like debit cards, late payments.

ନୂଆଦିଲ୍ଲୀ: ଡେବିଟ୍‌ କାର୍ଡ, ଲେଟ୍ ପେମେଣ୍ଟ ଏବଂ ସର୍ବନିମ୍ନ ବାଲାନ୍ସ ଭଳି ଫି’ କମାଇବାକୁ ବ୍ୟାଙ୍କ୍‌ମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI)ର ନିର୍ଦ୍ଦେଶ। ଏଭଳି କରି ଗ୍ରାହକଙ୍କୁ ଆଶ୍ବସ୍ତି ଦେବାକୁ ଆରବିଆଇ ପ୍ରୟାସ କରୁଥିବାବେଳେ, ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏହି ପଦକ୍ଷେପ ଫଳରେ ବ୍ୟାଙ୍କ୍‌ମାନଙ୍କର କୋଟି କୋଟି ଟଙ୍କାର ଆୟ ଉପରେ ପ୍ରଭାବ ପଡ଼ିପାରେ।

ଆରବିଆଇଆର ଏହି ପଦକ୍ଷେପ ଏଭଳି ସମୟରେ ସାମ୍‌ନାକୁ ଆସିଛି, ଯେତେବେଳେ ବ୍ୟାଙ୍କ୍‌ମାନେ ରିଟେଲ ଲୋନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ପ୍ରକୃତରେ ପୂର୍ବରୁ କର୍ପୋରେଟ୍ ଲୋନ୍‌ରୁ ହୋଇଥିବା କ୍ଷତି ପରେ ଏବେ ବ୍ୟକ୍ତିଗତ, କାର୍ ଏବଂ ଛୋଟ ବ୍ୟବସାୟ ଲୋନରୁ ବ୍ୟାଙ୍କ୍ ଭଲ ଲାଭ କରୁଛନ୍ତି। ଏମିତିରେ ଏହି ବୃଦ୍ଧି ଆରବିଆଇ ଧ୍ୟାନ ଆକର୍ଷଣ କରିଛି। ଏଥିପାଇଁ ଆରବିଆଇ ଗ୍ରାହକଙ୍କ ଆଶ୍ବସ୍ତି ଦେବା ପାଇଁ ଏସବୁ ଫି’ କମାଇବାକୁ କହିଛି।

ଆରବିଆଇ ଏସବୁ ଫି’କୁ ନେଇ ଚିନ୍ତା ପ୍ରକଟ କରିଛି। ଯାହା ଯାହା ଗରିବ ଏବଂ କମ୍ ଆୟ ଥିବା ଗ୍ରାହକଙ୍କୁ ଅଧିକ ପ୍ରଭାବିତ କରୁଛି। ଭାରତ ଭଳି ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶରେ ଏହା ବଡ଼ ପ୍ରସଙ୍ଗ ରହିଛି। ଅବଶ୍ୟ, ଆରବିଆଇ ବ୍ୟାଙ୍କ୍‌ମାନଙ୍କୁ ଫି’ କମ୍ କରିବାକୁ ପରାମର୍ଶ ଦେଇଛି। କିନ୍ତୁ ଏହାର କୌଣସି ନିଶ୍ଚିତ ସୀମା ନିର୍ଦ୍ଧାରିତ କରିନାହିଁ। ଇଣ୍ଡିଆ ରେଟିଂସ ଆଣ୍ଡ୍‌ ରିସର୍ଚ୍ଚର ତଥ୍ୟ ଅନୁସାରେ, ଜୁନ୍‌ ତ୍ରୈମାସିକରେ ଫିସ୍‌ରୁ ଆୟ ୧୨% ବଢ଼ି ୫୧୦.୬ ବିଲିୟନ ଟଙ୍କା ହୋଇଛି। ଯାହା ଗତ ବର୍ଷ ତୁଳନାରେ ୬% ଅଧିକ।

ଆରବିଆଇ ଅନୁସାରେ ଭିନ୍ନ ଭିନ୍ନ ଗ୍ରାହକଙ୍କ ପାଇଁ ସମାନ ଉତ୍ପାଦ ପାଇଁ ଭିନ୍ନ ଭିନ୍ନ ଫି’ ନିଆଯାଉଛି। ଏହା ନିରପେକ୍ଷତା ବିରୋଧରେ। ଭାରତୀୟ ବ୍ୟାଙ୍କ ସଂଘ (IBA) ମଧ୍ୟ ବ୍ୟାଙ୍କମାନଙ୍କୁ ୧୦୦ରୁ ଅଧିକ ରିଟେଲ ପ୍ରୋଡକ୍ଟ ବିଷୟରେ କହିଛି। ଏହି ପ୍ରୋଡକ୍ଟ ଉପରେ ଆରବିଆଇ ନଜର ରହିଛି।