LIVE TV

୫.୫ ପ୍ରତିଶତରେ ସ୍ଥିର ରେପୋ ରେଟ୍, ମୁଦ୍ରାନୀତି ସମୀକ୍ଷା ବୈଠକ ପରେ RBI ଗଭର୍ଣ୍ଣରଙ୍କ ସୂଚନା

NEWS7
rapo rate

ନୂଆଦିଲ୍ଲୀ ୦୧/୧୦:​​​​​​​ଯେତିକି ଦେଉଥିଲେ ସେତିକି ହିଁ ଦେବେ । ସାଧାରାଣ ଲୋକଙ୍କୁ ବଡ ଆଶ୍ବସ୍ତି । ଲଗାତାର ଦ୍ବିତୀୟ ଥର ଅପରିବର୍ତ୍ତିତ ରହିଛି ରେପୋ ରେଟ୍‌ । ବଢିବନି ସୁଧହାର । ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ  ରେଟ୍‌ ୫.୫%ରେ ଅପରିବର୍ତ୍ତିତ ରହିଛି । RBI ବୁଧବାର ଏହାର ମୁଦ୍ରା ନୀତି ଘୋଷଣା କରିଛି । ମୁଦ୍ରା ନୀତି କମିଟି ରେପୋ ରେଟ୍‌କୁ  ୫.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଂଜୟ ମାଲହୋତ୍ରା । ପୂର୍ବ ମୁଦ୍ରା ନୀତି ବୈଠକରେ ମଧ୍ୟ ସୁଧହାର ଅପରିବର୍ତ୍ତିତ ରହିଥିଲା । RBIର ଏହି ନିଷ୍ପତ୍ତି ବିଶ୍ବ ଆର୍ଥିକ ଅନିଶ୍ଚିତତା ସମୟରେ ଆସିଛି । ଘରୋଇ ସ୍ତରରେ ଜିଏସ୍‌ଟି ସଂସ୍କାର ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଭଳି ପ୍ରସଙ୍ଗ ଅନେକ ଗୁରୁତ୍ବ ରଖୁଥିବାବେଳେ ଏଥର ଭାରତୀୟ ରିଜର୍ଭ ବ୍ୟାଙ୍କ ସତର୍କତା ଅବଲମ୍ବନ କରିଛି । ତେବେ ଋଣ ଓ EMI ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳିବନି । କାହିଁକିନା ସୁଧହାରରେ କୌଣସି ପରିବର୍ତ୍ତନ ହୋଇନି ।

​​​​​​​