News7 Logo

ପୋଲିସ ହେପାଜତରୁ ଫେରାର୍ ଆପ ବିଧାୟକ,  ଦୁଃଷ୍କର୍ମ ଅଭିଯୋଗରେ ହୋଇଥିଲେ ଗିରଫ

NEWS7
Punjab MLA Harmeet Singh

ନୂଆଦିଲ୍ଲୀ: ଦୁଃଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଆପ୍ ବିଧାୟକ ହରମିତ୍ ସିଂହ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି। ଅଭିଯୋଗ ଅନୁସାରେ ମଙ୍ଗଳବାର ଗିରଫ ପରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ନିଆଯାଉଥିବା ସମୟରେ ପଠାଣମାଜରା ଏବଂ ତାଙ୍କ ସହଯୋଗୀମାନେ ପୋଲିସ ଉପରେ ଗୁଳି ଚଳାଇଥିଲେ।

ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ବିଧାୟକଙ୍କ ଉପରେ ତାଙ୍କ କାର ପୋଲିସ କର୍ମଚାରୀଙ୍କ ଉପରେ ଚଢ଼ାଇ ପଳାଇଥିବା ଅଭିଯୋଗ ହୋଇଛି। ସେ ଏବଂ ତାଙ୍କ ସମର୍ଥକ ଏକ ସ୍କର୍ପିଓ ଏବଂ ଏକ ଫର୍ଚୁନରରେ ପଳାଇଥିଲେ। ପୋଲିସ ଫର୍ଚୁନର କାରକୁ ଜବତ କରିଛି। ସ୍କର୍ପିଓରେ ଥିବା ବିଧାୟକ ଫେରାର୍ ଅଛନ୍ତି। ପଞ୍ଜାବ ପୋଲିସର ଏକ ଟିମ ତାଙ୍କୁ ପିଛା କରୁଛି।

ପୋଲିସ ଅନୁଯାୟୀ, ଅଗଷ୍ଟ ୨୬ ତାରିଖରେ ଜଣେ ମହିଳା ପଠାଣମାଜରାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ ସୋମବାର ପୋଲିସ ଏକ ଦୁଃଷ୍କର୍ମ ମାମଲା ରୁଜୁ କରିଥିଲା। ଏହା ପରେ ମଙ୍ଗଳବାର ସକାଳେ ପୋଲିସ ତାଙ୍କୁ ହରିୟାଣାର କରନାଲରୁ ହେପାଜତକୁ ନେଇଥିଲା। ଏଠାରେ, ତାଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନକୁ ନେବା ସମୟରେ ଡ୍ରାମା ଆରମ୍ଭ ହୋଇଥିଲା । ବହୁ ସଂଖ୍ୟକ ହରିୟାଣା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

ପଟିଆଲାର ସାନୌର ବିଧାୟକ ହରମିତ୍ ପଠାନ ମାଜରା ଦଳ ବିରୋଧରେ ବିଦ୍ରୋହ କରିଥିଲେ। ସେ ଦୁଇ ଦିନ ଧରି ଖୋଲାଖୋଲି ଭାବରେ ବୟାନ ଦେଉଥିଲେ। ସେ ଆପ ନେତୃତ୍ୱ ଉପରେ ଅଭିଯୋଗ ଆଣିଥିଲେ।