News7 Logo

ଯୁବ ସମାଜ ପାଇଁ ଐତିହାସିକ ଘୋଷଣା କରିବେ ପ୍ରଧାନମନ୍ତ୍ରୀ

NEWS7
Manmohan Samal

ଭୁବନେଶ୍ବର ୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ସମୟରେ ଯୁବ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଶାରୁ ଅଲ୍ ଇଣ୍ଡିଆ ଲଞ୍ଚିଙ୍ଗ ଅଛି । ମୋଦିଜୀ ଯୁବ ସମାଜ ପାଇଁ ଐତିହାସିକ ଘୋଷଣା କରିବେ । ଆଗାମୀ ୫୦ ବର୍ଷ ୧୦୦ ବର୍ଷ ପାଇଁ ଯୁବବର୍ଗଙ୍କ ପାଇଁ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହାପରେ ଭୁବନେଶ୍ୱର ବିମାନବନ୍ଦରରୁ ବ୍ରହ୍ମପୁର ଅଭିମୁଖେ ଗସ୍ତ କରିବେ । ସେଠାରେ ଆୟୋଜିତ ହେବାକୁ ଥିବା ବିଶାଳ ଯୁବ ସମାବେଶରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ସେବା ପକ୍ଷ ଅବସରରେ ଗଞ୍ଜାମ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ବ୍ରହ୍ମପୁର ଉପକଣ୍ଠ ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀର କୌଣସି ସ୍ଥାନରେ ସମାବେଶର ଆୟୋଜନ କରାଯିବ l ଏହି ଅବସରରେ କିଛି ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ କହିଥିବା ବେଳେ ସମୟ ଓ ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇନାହିଁ l ସମାବେଶରେ ୩ ଲକ୍ଷ ଲୋକଙ୍କ ସମାଗମ ହେବା ସମ୍ଭାବନା ଥିବା ମନ୍ତ୍ରୀ କହିଥିଲେ । ଅନ୍ୟପଟେ ୨୮ ତାରିଖରେ ଭୁବନେଶ୍ୱରରେ ବି କିଛି କାର୍ଯ୍ୟକ୍ରମ ହୋଇପାରେ ବୋଲି ସେ କହିଥିଲେ l