News7 Logo

ଯେଉଁ ଦଳ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିରୋଧରେ କାମ କରିବ, ବିଜେଡି ସମଦୂରତା ରକ୍ଷାକରିବ

NEWS7
BJD

ଭୁବନେଶ୍ବର ୯୯: ଉପ ରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ ସଭାପତି ପ୍ରତାପ ଜେନା । ସେ କହିଛନ୍ତି, କଂଗ୍ରେସ ଶାସନରେ ଥିବାବେଳେ ଓଡ଼ିଶାକୁ ବିପର୍ଯ୍ୟସ୍ତ ଓ ଦୁର୍ଦ୍ଦିନକୁ ପଠାଇ ଦେଇଥିଲା । ତାଙ୍କୁ ସମର୍ଥନ କରିବା କ’ଣ ଠିକ୍ ହୋଇଥାନ୍ତା ବୋଲି ପ୍ରତାପ କହିଛନ୍ତି । ସେହିପରି ୧୪ ମାସର ବିଜେପି ସରକାରରେ ବି ଓଡ଼ିଶା ବିପର୍ଯ୍ୟସ୍ତ ଆଡ଼କୁ ଯାଇ ଆର୍ଥିକ ସ୍ଥିତି ଦୋହଲି ଗଲାଣି । ତାଙ୍କୁ ବି ସମର୍ଥନ କରିବା ଠିକ୍ ହେବନି । ତେଣୁ ନବୀନ ପଟ୍ଟନାୟକ ରାଜନୈତିକ ଦୃଷ୍ଟିକୋଣରୁ ସମଦୂରତା ରକ୍ଷା କରିଛନ୍ତି । ତାଙ୍କୁ ଧନ୍ୟବାଦ । ସାରା ରାଜ୍ୟର ଲୋକ ତାଙ୍କୁ ଏଥିପାଇଁ ଧନ୍ୟବାଦ ଦେଉଛନ୍ତି । ବିଜେଡି ରାଜ୍ୟ ସ୍ୱାର୍ଥ ପାଇଁ ପୂର୍ବରୁ ବି ଆନ୍ଦୋଳନ କରିଛି । ବିଭିନ୍ନ ସମୟରେ ବିଜେପି ସରକାର ବିରୋଧରେ ବ୍ଲକ୍, RDC ଓ ଜିଲ୍ଲାସ୍ତରରେ ଆନ୍ଦୋଳନ ହୋଇଛି । ଯେଉଁ ଦଳ ବି ରାଜ୍ୟ ତଥା ରାଜ୍ୟବାସୀଙ୍କ ବିରୋଧରେ କାମ କରିବ, ବିଜେଡି ସମଦୂରତା ରକ୍ଷା କରି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବ । ବିଜେଡିକୁ ନେଇ ଯିଏ ଯାହା କୁହନ୍ତୁ, ଲୋକେ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିରେ ଖୁସି ଅଛନ୍ତି । କାରଣ ସମସ୍ତେ ଜାଣିଛନ୍ତି, ନବୀନ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଅନ୍ତି ବୋଲି ପ୍ରତାପ ଜେନା କହିଛନ୍ତି ।