LIVE TV

ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ ୫ ଡକାୟତ ଗିରଫ

NEWS7
Arrest

ଆନନ୍ଦପୁର ୩୦୯: ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ । ୫ ଜଣ ଗିରଫ ହୋଇଥିବା ବେଳେ ବିଭିନ୍ନ ମାରଣାସ୍ତ୍ର ସହ ୩ ବାଇକ୍ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ୫ ଜଣ ଡକାୟତ ଏକାଠି ଜରଦା ଗାଁ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ରାମଚନ୍ଦ୍ରପୁର ଆଇଆଇସି ମନୋଜ ସ୍ବାଇଁଙ୍କ ନେତୃତ୍ବରେ ପୋଲିସ ଟିମ୍ ଚଢାଉ କରି ସମସ୍ତ ଡକାୟତଙ୍କୁ କାବୁ କରିଥିଲା । ଅଭିଯୁକ୍ତ ମାନେ ହେଲେ  ଯାଜପୁର ଜିଲ୍ଲା କୋରେଇ ଥାନା ପୂର୍ବକୋଟ ତେଲେଙ୍ଗା ବସ୍ତିର କରଣ ପ୍ରଧାନା, ଆହୁଲା ତରକ, ମିଚେଲ୍ ରାହୁଲ, ଆହଲା ଲକ୍ଷ୍ମଣ ରାଓ , ଆହୁଲା ନନ୍ଦ ରାଓ । ସେମାନଙ୍କ ନାଁରେ ପୂର୍ବରୁ ଝାଡଖଣ୍ଡ ରାଞ୍ଚି, କଟକ ବାଦାମବାଡି ଥାନା, ଯାଜପୁର ଜିଲ୍ଲା କୁଆଖିଆ ଓ କୋରେଇ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।