ବ୍ରହ୍ମପୁର: ବେଆଇନ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରୁଥିବାବେଳେ ମାଡ଼ି ବସିଲା ଗୋସାଇଁନୂଆଗାଁ ପୁଲିସ। ୩୦.୫୪ କିଲୋଗ୍ରାମ ଗଞ୍ଜେଇ, ୬ଟି ମୋବାଇଲ୍ ଫୋନ୍, ନଗଦ ୨୮୭୦ ଟଙ୍କା ଆଦି ଜବତ କରିଛି ପୁଲିସ।

ଦୁର୍ଗା ପୂଜା ପାଇଁ ସନ୍ଧ୍ୟା ସମୟରେ ପାଟ୍ରୋଲିଂ କରୁଥିବା ସମୟରେ ଷ୍ଟେସନ ରୋଡ୍ ଅଞ୍ଚଳର ମମତା ଗେଷ୍ଟ ହାଉସର ରୁମ୍ ନମ୍ବର ୧୦୩ରେ ଚାରି ଜଣ ବ୍ୟକ୍ତି ଚୋରା ଗଞ୍ଜେଇ ଧରି ଉପସ୍ଥିତ ଥିବା ପୁଲିସ ସୂଚନା ପାଇଥିଲା ।

ତେବେ ଏମାନେ ଗେଷ୍ଟ ହାଉସରୁ ଗଞ୍ଜେଇ ନେଇ ଖସିଯିବାର ସମ୍ଭାବନା ଥିବାରୁ ପୁଲିସ ଗେଷ୍ଟ ହାଉସର ୧୦୩ ନମ୍ବର ରୁମ୍‌ରେ ଚଢାଉ କରିଥିଲା । ଆଉ ଏଠାରୁ ଚାରି ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି।