LIVE TV

ପୋଲିସ SI ନିଯୁକ୍ତି ପରୀକ୍ଷା ଦୁର୍ନୀତିର ପଞ୍ଚମ ଦଲାଲ ଗିରଫ, ଗିରଫ ସଂଖ୍ୟା ୧୧୯ରେ ପହଞ୍ଚିଲା

NEWS7
SI Scam

ଭୁବନେଶ୍ବର ୫।୧୦: ପୋଲିସ SI ନିଯୁକ୍ତି ପରୀକ୍ଷା ଦୁର୍ନୀତିର ପଞ୍ଚମ ଦଲାଲ ଗିରଫ ବାଲେଶ୍ବର ସିଂଲାର ଅରବିନ୍ଦ ଦାସକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ଅରବିନ୍ଦ ଗିରଫ ହୋଇଛି । ଅରବିନ୍ଦ ଠାରୁ ଆପତ୍ତିଜନକ ଡକ୍ୟୁମେଣ୍ଟ ମିଳିଥିବା ସୂଚନା ମିଳିଛି । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୪ ଦଲାଲ ଗିରଫ ହୋଇଛନ୍ତି

ସେପଟେ ଭୁବନେଶ୍ବର ଫେକ୍‌ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଛି । ଏସଆଇ ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ରଘୁନାଥପୁର ଅଞ୍ଚଳରେ ଥିବା ଏହି ପ୍ରାଇଭେଟ ଘରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ତାଲା ଭାଙ୍ଗି ଭିତରେ ପଶିଥିଲା । ଏହି ଘରକୁ କାର୍ପଟଦାର ଶଙ୍କର ପୃଷ୍ଟି ଯିବା ଆସିବା କରୁଥିଲା । ଏହାକୁ ସେଣ୍ଟର ଭାବେ ଫିକ୍ସ କରୁଥିଲା । ରେଡ୍ ବେଳେ ଘରୁ କିଛି ମିଳିନଥିଲା । ଯାହା ଜଣାଯାଉଛି କ୍ରାଇମବ୍ରାଞ୍ଚ ପହଞ୍ଚିବା ପୂର୍ବରୁ ଘର ସଫା ହୋଇ ସାରିଛି ।  କିନ୍ତୁ କାନ୍ଥରେ ଲାଗିଛି କିଛି ଷ୍ଟିକର ଏବଂ ନୋଟିସ୍ ବୋର୍ଡ । ଏହି ଘରଟିକୁ ସିଲ୍‌ କରିଥିଲା କ୍ରାଇମବ୍ରାଞ୍ଚ । କେବଳ ପୋଲିସ ଏସଆଇ ପରୀକ୍ଷା ନୁହେଁ ବରଂ କନେଷ୍ଟବଳ, ହାବିଲଦାର, ବ୍ୟାଙ୍କ୍ ପିଓ, ରେଲୱେ ଭଳି ଅନେକ ସରକାରୀ ଓ କର୍ପୋରେଟ ଚାକିରି ପାଇଁ ଏଠାରେ ପରୀକ୍ଷା କରାଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।