LIVE TV

ପୋଲିସ ଏସଆଇ ପରୀକ୍ଷା ଘୋଟଲା, ୨ ଫେରାର ଅଭିଯୁକ୍ତଙ୍କ ନାଁରେ ଲୁକ୍‌ ଆଉଟ ସର୍କୁଲାର ଜାରି

NEWS7
Police SI exam scam, lookout circular issued against 2 accused

​​​​​​​ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଘୋଟାଲାରେ ସୋମବାର ୨ ଫେରାର ଅଭିଯୁକ୍ତଙ୍କ ନାଁରେ ଲୁକ୍‌ ଆଉଟ ସର୍କୁଲାର ଜାରି ହୋଇଛି। ମୁନା ମହାନ୍ତି ଓ ଶଙ୍କର ପୃଷ୍ଟିଙ୍କ ନାଁରେ ଲୁକ୍‌ ଆଉଟ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ । ଏମାନଙ୍କୁ ଧରିବାକୁ ୩ ରାଜ୍ୟରେ କ୍ରାଇମବ୍ରାଞ୍ଚ ଟିମ୍ ଖୋଜୁଥିବାବେଳେ, ସେମାନଙ୍କୁ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି।

ଏହା ପୂର୍ବରୁ ଗତ ଶନିବାର ପରୀକ୍ଷାରେ ବିଭ୍ରାଟ ଘଟଣାକୁ ନେଇ ଓପିଆରବି କୈଫତ ରଖିଥିଲା ଓପିଆରବି। ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ପୂରା ଘଟଣାରେ ଷଡ଼ଯନ୍ତ୍ର କରାଯାଇଛି। ଏଥିରେ ଥାର୍ଡ ପାର୍ଟିର ତ୍ରୁଟି ରହିଛି। ଅନ୍ୟ ସଂସ୍ଥା ଚୁକ୍ତି ଭାଙ୍ଗିଛି। ଓଡ଼ିଶାର ଶିକ୍ଷିତ ଯୁବକ-ଯୁବତୀଙ୍କ ବିରୋଧରେ ଏକ ସଚେତନ ଷଡ଼ଯନ୍ତ୍ର ଚାଲିଛି। ଷଡ଼ଯନ୍ତ୍ରକାରୀଙ୍କ ଉଦ୍ଦେଶ୍ୟ, ବିଭିନ୍ନ ଏଜେନ୍ସି ଦ୍ବାରା ଚାଲିଥିବା ଭର୍ତ୍ତି ପ୍ରକ୍ରିୟାକୁ ବାଧା ଦେବା କିମ୍ବା ବିଳମ୍ବ କରାଇବା

ସୂଚନାଥାଉକି, ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପୂରା ପରୀକ୍ଷାକୁ ବାତିଲ୍ କରାଯାଇଛି। ଏହି ଘଟଣାର ତଦନ୍ତରୁ ପରୀକ୍ଷା ଜାଲିଆତିର ନେଟୱର୍କ ରାଜ୍ୟସାରା ବ୍ୟାପିଥିବା ଜଣାପଡ଼ିଛି। ଆହୁରି ମଧ୍ୟ ଏହା ପଛରେ ବଡ଼ ରାକେଟରେ ହାତ ରହିଥିବା ଜଣାପଡ଼ିଥିବାବେଳେ, ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲଙ୍କୁ ଗିରଫ ପରେ ଜେଲ ପଠାଇଦିଆଯାଇଛି। କିଛି ବଡ଼ମୁଣ୍ଡଙ୍କ ଦ୍ୱାରା ସବୁ ଷଡ଼ଯନ୍ତ୍ର ପରିଚାଳିତ ହେଉଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।