LIVE TV

୨୪ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ଲୋକ ଆଶୀର୍ବାଦ କରିବେ

NEWS7
Nuapada

ଭୁବନେଶ୍ବର ୭।୧୦: ୨୪ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ଲୋକେ ଆଶୀର୍ବାଦ କରିବେ । କାରଣ ଦେଢ଼ ବର୍ଷ ଭିତରେ ସୁଭଦ୍ରା ଭଉଣୀ, କୃଷକ ଏବଂ ଯୁବକଙ୍କ ବିକାଶ ପାଇଁ ବିଜେପି ସରକାର ଅନେକ କାମ କରିଛି ବୋଲି ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜ୍ୟରେ ମୋହନଙ୍କ ନେତୃତ୍ୱରେ ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା । ତେଣୁ ନୂଆପଡା ଜନତା ମଧ୍ୟ ବିଜେପିକୁ ଭରସା କରିବେ ।

ପ୍ରାର୍ଥୀ କିଏ ହେବେ ତାହା ଦଳ ଭିତରେ ଆଲୋଚନା ପରେ ଘୋଷଣା କରାଯିବ । ଚୟନ କମିଟି ହିଁ ନିର୍ଣ୍ଣୟ କରିବେ କାହାକୁ ପ୍ରାର୍ଥୀ କରାଯିବ । ନୂଆପଡାରେ ଆଦିବାସୀ ଭୋଟ୍ ହାର ଅଧିକ ଅଛି । କିନ୍ତୁ ସ୍ଥାନୀୟ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ସବୁ ନିଷ୍ପତ୍ତି ନିଆଯିବ ବୋଲି ଲତା ଉସେଣ୍ଡି କହିଛନ୍ତି ।