LIVE TV

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପରିପୂର୍ତ୍ତି ଅଭିଯାନ : ସଚେତନ କଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ

NEWS7
PNB

ଭଦ୍ରକ ୧୯।୯: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପଞ୍ଚାୟତସ୍ତରୀୟ ପରିପୂର୍ତ୍ତି ଅଭିଯାନ । ଜନସୁରକ୍ଷା ଯୋଜନା ଅଧିନରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଗ୍ରାମ ପଞ୍ଚାୟତସ୍ତରୀୟ ପରିପୂର୍ତ୍ତି ଅଭିଯାନ ଆରମ୍ଭ ହୋଇଛି । ଜୁଲାଇ ମାସ ୧ ତାରିଖରୁ ଆରମ୍ଭ ହୋଇ ଏହି ଅଭିଯାନ ସେପ୍ଟେମ୍ବର ମାସ ୩୦ତାରିଖରେ ଶେଷ ହେବ ।

​​​​​​​

ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତ ଠାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଚରମ୍ପା ଶାଖା ତରଫରୁ ଏହି ଅଭିଯାନକୁ ନେଇ ସଚେତନତା ଶିବିର ଆୟୋଜନ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ଗ୍ରାହକଙ୍କୁ ସଚେତନ କରିଛନ୍ତି । ଗ୍ରାହକଙ୍କୁ ଡିଜିଟାଲ ଠକେଇ ଅଭିଯୋଗ ଓ ସଚେତନତା, ନିଷ୍କ୍ରିୟ ଖାତାକୁ ପୁନଃ ଚାଲୁ କରିବା, ଅଟଳ ପେନସନ ଯୋଜନା ନାମାଙ୍କନ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସହ ଜନଧନ ଯୋଜନା ଆଦି ବିଷୟରେ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚରମ୍ପା ପଞ୍ଚାୟତର ସରପଞ୍ଚ ଜଳେନ୍ଦ୍ର ଶୁକ୍ଲ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସର୍କଲ ହେଡ୍ ବିଶ୍ୱଜିତ୍ ବିଶ୍ଵାଳ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଆଶିଷ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ୍ନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । କ୍ଷେତ୍ରୀୟ ନିର୍ଦ୍ଦେଶକ ଡିଜିଟାଲ ଠକେଇରୁ ବର୍ତ୍ତିବାକୁ ବିଭିନ୍ନ ଟିପ୍ସ ପ୍ରଦାନ କରିଛନ୍ତି । ବ୍ୟାଙ୍କରେ ଥିବା ଅଚଳ ବ୍ୟାଙ୍କ ଖାତାକୁ ପୁନଃ କାର୍ଯ୍ୟକ୍ଷମ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ସଚେତନ କରିଛନ୍ତି ।