LIVE TV

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ ପ୍ରକଳ୍ପ ବର୍ଷା, ଭେଟିଦେଲେ ୬୦ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ

NEWS7
PM Modi

ଝାରସୁଗୁଡା ୨୭।୯: ଝାରସୁଗୁଡ଼ାରୁ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆପିଢିର ଯୁବକ ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଲେ । ଶନିବାର ପ୍ରଧାନମନ୍ତ୍ରୀ ଝାରସୁଗୁଡାରେ ପହଞ୍ଚିବା ପରେ ସବୁଠି ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ଜନତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।

ଏହି ଅବସରରେ ଝାରସୁଗୁଡ଼ାରେ ପ୍ରକଳ୍ପ ବର୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି୬୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି । ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହେବ । ୨୬ ହଜାର ୫ ଶହ ଅପହଞ୍ଚ ଗାଁରେ ମୋବାଇଲ ସେବା ଆରମ୍ଭ କରିବା ପ୍ରକଳ୍ପ ଝାରସୁଗୁଡାରୁ ଶୁଭଦେଲେ । ଓଡ଼ିଶା ପାଇଁ ମୋଟ୍‌ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି । ସେହିଭଳି ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲ୍‌ ଫ୍ଲାଇଓଭରକୋରାପୁଟ-ବାଇଗୁଡ଼ା ରେଲୱେ ଦୋହରୀକରଣ ପାଇଁ ୪୮୧ କୋଟି ଟଙ୍କା । ବ୍ରହ୍ମପୁର-ସୁର ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ WI-FI ସୁବିଧା ପାଇଁ ୯୦ କୋଟି ଟଙ୍କା । ଏହାଦ୍ବାରା ଉପକୃତ ହେବେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଝାରସୁଗୁଡାର ପୂର୍ଣ୍ଣମୀ ସେଠ ପ୍ରଧାନମନ୍ତ୍ରୀଙ୍କ ହାତରୁ ଏହି ଗୃହ କାର୍ଯ୍ୟାଦେଶ ପତ୍ର ଗ୍ରହଣ କରିଥିଲେ । ପୂର୍ବୋଦୟର ବିକାଶରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶର ୮ଟି ଆଇଆଇଟିର କଳେବର ବୃଦ୍ଧି ସହ ଡିଜିଟାଲ ଶିକ୍ଷାର ଅଭିବୃଦ୍ଧିର ଶିଳାନ୍ୟାସ କଲେ । ୮ଟି IITର ଭିତ୍ତିଭୂମି ସମ୍ପ୍ରସାରଣ ଓ ୧୨ ହଜାର ସିଟ୍‌ ବୃଦ୍ଧି ଘୋଷଣା । BSNL ଦ୍ବାରା ସ୍ବଦେଶୀ 4G (5G ପ୍ରସ୍ତୁତ) ନେଟୱର୍କ ସାମିଲ ହେଲାସ୍ୱାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ପାଇଁ ଭୀମସାର ଓ ଏମକେସିଜି ମେଡିକାଲ କଲେଜକୁ ବିଶ୍ୱ ସ୍ତରୀୟ କରିବାକୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ରୋଡ଼ ମ୍ୟାପ୍‌ର ମଧ୍ୟ ଭିତ୍ତିପ୍ରସ୍ତର ରଖିଥିଲେ । ବ୍ରହ୍ମପୁରରୁ ଉଦନାକୁ ଅମୃତ ଭାରତ ଏକ୍ସପ୍ରେସର ଝଣ୍ଡା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରେଳସେବା ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଲୋକଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ ।