ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଟେକ୍ କମ୍ପାନୀଗୁଡ଼ିକ ଖର୍ଚ୍ଚ କାଟ୍ ରିବା ମୋଡ୍‌ରେ ଅଛନ୍ତି। ଟେକ୍‌ ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ଏକ ଛଟେଇ ଲହରୀ ଜାରି ରହିଛି। ଫଳରେ ହଜାର ହଜାର କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ୁଛି। ଏସବୁ ଘଟଣା ଉପରେ ନଜର ରଖୁଥିବା ୱେବସାଇଟ୍ Layoffs.fyi ଅନୁଯାୟୀ, ୨୦୨୫ରେ ପ୍ରାୟ ୨୧୮ ଟି ଟେକ୍ କମ୍ପାନୀ ସେମାନଙ୍କର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛନ୍ତିଫଳରେ ୧୧୨,୭୩୨ ଜଣ ଟେକ୍ କର୍ମଚାରୀ ଚାକିରି ହରାଇଛନ୍ତି।

ଅଧିକାଂଶ ଟେକ୍ କମ୍ପାନୀଗୁଡ଼ିକ ଏଆଇ-ଚାଳିତ ପରିବର୍ତ୍ତନ ଏବଂ ମନ୍ଥର ଆର୍ଥିକ ଅଭିବୃଦ୍ଧିକୁ ଦାୟୀ କରି ଛଟେଇ କରିଛନ୍ତି। ଆମାଜନ, ଇଣ୍ଟେଲ ଏବଂ ଟିସିଏସ ଭଳି ଟେକ୍ ଜାଏଣ୍ଟମାନେ ହଜାର ହଜାର କର୍ମଚାରୀ ଛଟେଇ କରିଛନ୍ତି, ଯାହା ବିଶ୍ୱ ସ୍ତରରେ ଆଇଟି ସେବା, କନସଲ୍ଟିଂ ଏବଂ ମେନୁଫେକ୍ଚରିଂକୁ ପ୍ରଭାବିତ କରିଛି।

ଆମାଜନ କ୍ଲାଉଡ୍, ଅପରେସନ୍ସ ଏବଂ ଏଚଆର୍ ବିଭାଗ ସମେତ ମୋଟ ୧୪,୦୦୦ କର୍ମଚାରୀ(ମୋଟ ୱାର୍କଫୋର୍ସର ୪%) ହ୍ରାସ କରୁଛି। ସେହିପରି ଇଣ୍ଟେଲ୍ ୨୦୨୫ରେ ବିଶ୍ୱସ୍ତରରେ ଏହାର ପ୍ରାୟ ୨୪ ହଜାର କର୍ମଚାରୀ ହ୍ରାସ କରିବାକୁ ଯୋଜନା କରୁଛି। ଯାହା ଏହାର ମୋଟ କର୍ମଚାରୀଙ୍କ ପ୍ରାୟ ୨୨%। ଭାରତର ଟିସିଏସ୍ ୩୦ ସେପ୍ଟେମ୍ବର ୨୦୨୫ ରେ ଶେଷ ହୋଇଥିବା ତ୍ରୈମାସିକରେ ୧୨,୦୦୦ କର୍ମଚାରୀ ଛଠେଇ କରିଥିଲା। ଏଥିରେ ମଧ୍ୟ ବରିଷ୍ଠସ୍ତରୀୟ କର୍ମଚାରୀ ଛଟେଇ ହୋଇଥିଲେ।

୨୦୨୫ରେ ଟେକ୍ କମ୍ପାନୀଙ୍କ ଛଟେଇ:

ଆମାଜାନ- ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ ଅନୁସାରେ, ଆମାଜନ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଏହା ଇତିହାସର ସବୁଠାରୁ ବଡ଼ ଛଟେଇ। କର୍ପୋରେଟ୍, ଏଚଆର୍, ଅପରେସନ, ଡିଭାଇସ୍ ଏବଂ AWS ବିଭାଗରେ ଛଟେଇ ହେବ। ମହାମାରୀ ସମୟରେ ବର୍ଷ ବର୍ଷ ଧରି ଆକ୍ରମଣାତ୍ମକ ନିଯୁକ୍ତି ପରେ ଏହି ଗଣ ଛଟେଇ ହୋଇଛି।

ଇଣ୍ଟେଲ୍- ଇଣ୍ଟେଲ୍ର ସୂଚନା ଅନୁସାରେ , କମ୍ପାନୀ ୨୪ ହଜାର କର୍ମଚାରୀ ଛଟେଇ କରିବାକୁ ଯୋଜନା କରୁଛି। ଫଳରେ ବର୍ଷ ଶେଷ ସୁଦ୍ଧା ଏହାର ମୁଖ୍ୟ କର୍ମଚାରୀ ସଂଖ୍ୟା ପ୍ରାୟ ୧ ଲକ୍ଷରୁ ପ୍ରାୟ ୭୫ ହଜାରକୁ ହ୍ରାସ ପାଇବ। ଆମେରିକା, ଜର୍ମାନୀ, କୋଷ୍ଟାରିକା ଏବଂ ପୋଲାଣ୍ଡ ଭଳି ଦେଶଗୁଡ଼ିକରେ କମ୍ପାନୀ ଛଟେଇ କରିବ।  ପିସି ଚାହିଦାରେ ବିଶ୍ୱ ମାନ୍ଦାବସ୍ଥା ମଧ୍ୟରେ କମ୍ପାନୀ ବର୍ତ୍ତମାନ ଏନଭିଡିଆ ଏବଂ ଏଏମଡି ପରି ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ତାଳ ଦେବା ପାଇଁ ସଂଘର୍ଷ କରୁଛି।

ଟିସିଏସ୍- ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଚଳିତ ବର୍ଷ ସାରା ବିଶ୍ୱରେ ୬ ହଜାର କର୍ମଚାରୀଙ୍କୁ ଛଟେଇ କରିଛିଆଗାମୀ ଆର୍ଥିକ ବର୍ଷରେ ଆଉ ୬ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି। ଭାରତର ସର୍ବବୃହତ IT ରପ୍ତାନିକାରୀ ଏବଂ ଘରୋଇ କ୍ଷେତ୍ରର ନିଯୁକ୍ତିଦାତା ଟିସିଏସ କହିଛି ଯେ ଏହା ଅଟୋମେସନ ଏବଂ ଏଆଇ ବ୍ୟବହାରକୁ ଅଧିକ ଧ୍ୟାନ ଦେବା ପାଇଁ ଟିମ ପୁନର୍ଗଠିତ କରୁଛି। ଏଆଇ ବୃଦ୍ଧି ଏବଂ ଭାରତ-ଆମେରିକା ସମ୍ପର୍କ ବିଗିଡ଼ିଯିବା ଯୋଗୁ କମ୍ପାନୀ ଏହାର ସବୁଠାରୁ ତୀବ୍ର ନିଯୁକ୍ତି କାଟ ଘୋଷଣା କରିଛି। ଟିସିଏସ ୩୦ ସେପ୍ଟେମ୍ବର ୨୦୨୫ରେ ଶେଷ ହୋଇଥିବା ତ୍ରୈମାସିକରେ ୧୯,୭୫୫ ଜଣ କର୍ମଚାରୀଙ୍କୁ ଛଟେଇ କରିଛି। ଏହା ଏପର୍ଯ୍ୟନ୍ତ କମ୍ପାନୀର ସବୁଠାରୁ ଛଟେଇ। ୨୦୨୨ ପରେ ପ୍ରଥମ ଥର ପାଇଁ ବର୍ତ୍ତମାନ ଏହାର କର୍ମଚାରୀ ସଂଖ୍ୟା ୬ ଲକ୍ଷରୁ କମ୍ ରହିଛି।

ଆକ୍ସେଞ୍ଚର୍- କନସଲ୍ଟିଂ ଏବଂ ଆଇଟି ସର୍ଭିସ୍ କମ୍ପାନୀ ଆକ୍ସେଞ୍ଚର ଏଆଇ କ୍ଷମତାକୁ ପ୍ରାଥମିକତା ଦେବା ସହିତ ଗ୍ରାହକଙ୍କ ପରିବର୍ତ୍ତିତ ଚାହିଦା ସହିତ ସମନ୍ୱୟ ରଖିବା ପାଇଁ ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ କରିବାକୁ ଘୋଷଣା କରିଛି। କମ୍ପାନୀର ମୋଟ କର୍ମଚାରୀ ସଂଖ୍ୟା ପ୍ରାୟ ୭୯୧,୦୦୦ରୁ ହ୍ରାସ ପାଇ ୭୭୯ ହଜାର ହୋଇଛିଏତିରେ ଆହୁରି ହ୍ରାସ କରାଯିବ ବୋଲି କମ୍ପାନୀ କହିଛି।

ମାଇକ୍ରୋସଫ୍ଟ ୯,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି: ବ୍ଲୁମବର୍ଗ ଅନୁଯାୟୀ, ମାଇକ୍ରୋସଫ୍ଟ ପ୍ରାୟ ୪,୦୦୦ କର୍ମଚାରୀଙ୍କୁ ଛଟେଇ କରିଛିସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାର ସଫ୍ଟୱେର୍ ଇଞ୍ଜିନିୟରିଂ ବିଭାଗରେ ଅଛନ୍ତି। କମ୍ପାନୀ ବିଭିନ୍ନ ବିଭାଗରେ ପ୍ରାୟ ୬,୦୦୦ ଅତିରିକ୍ତ ଚାକିରି କାଟ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି। ଟେକ୍ ଜାଏଣ୍ଟ ୨୦୨୫ ମସିହାରେ ଅନେକ ପର୍ଯ୍ୟାୟରେ ଛଟେଇ କରିଛିଯେଉଁଥିରେ ମୋଟ,୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି

ସେଲ୍ସଫୋର୍ସ: ଏଆଇର ବ୍ୟବହାର ପାଇଁ ସେଲ୍ସଫୋର୍ସ ୪,୦୦୦ କଷ୍ଟମର ସପୋର୍ଟ କର୍ମଚାରୀ ଛଟେଇ କରିଛିଫଳରେ କମ୍ପାନୀର ଗ୍ରାହକ ସହାୟତା କର୍ମଚାରୀ ସଂଖ୍ୟା ୯,୦୦୦ ରୁ ପ୍ରାୟ ୫,୦୦୦ କର୍ମଚାରୀଙ୍କୁ ହ୍ରାସ ପାଇଛି।

ସିସ୍କୋଛଟେଇ: ଢାଞ୍ଚାଗତ ସୁଧାର ପାଇଁ ସିସ୍କୋ ୪,୨୫୦ କର୍ମଚାରୀ ( ୱାର୍କଫୋର୍ସର ୫%) ହ୍ରାସ କରିବାକୁ ଘୋଷଣା କରିଛି। ଏଥିସହିତ ଏଆଇ ସାଇବର ସୁରକ୍ଷା ଏବଂ କ୍ଲାଉଡ୍ ନେଟୱାର୍କିଂ ଭଳି ଅଭିବୃଦ୍ଧି କ୍ଷେତ୍ର ଉପରେ ଧ୍ୟାନ ଦେଉଛି କମ୍ପାନୀ।

ଗୁଗଲର ଛଟେଇ: ୨୦୨୫ ମସିହାରେ ଗୁଗୁଲ ଅନେକ ଥର ଛଟେଇ କରିଛି। ଅକ୍ଟୋବରରେ, କମ୍ପାନୀ ଏଆଇ କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ସହିତ ଏହାର କ୍ଲାଉଡ୍ ଡିଭିଜନରେ ୧୦୦ ରୁ ଅଧିକ ଡିଜାଇନରଙ୍କୁ ଛଟେଇ କରିଥିଲା। ସେହିପରି ଏପ୍ରିଲ ମାସରେ ମଧ୍ୟ କମ୍ପାନୀ ସତାଧିକ ଛଟେଇ କରିଥିଲା।

ମେଟା: ଫେସବୁର ମୂଳ କମ୍ପାନୀ ମେଟା ଏହାର ଏଆଇ ବିଭାଗରୁ ୬୦୦ କର୍ମଚାରୀଙ୍କୁ ଛଟେଇ କରିଛି। ମୁଖ୍ୟ ଏଆଇ ଅଧିକାରୀ ଆଲେକଜାଣ୍ଡର ୱାଙ୍ଗ ଅକ୍ଟୋବର ୨୩ ରେ ଏହି ଛଟେଇ ଘୋଷଣା କରିଥିଲେ। ମେଟା ଏଆଇ-କେନ୍ଦ୍ରିତ ପଦବୀ ପାଇଁ ନିଯୁକ୍ତି ଜାରି ରଖିଥିବା ଛଟେଇ ହୋଇଥିବା ଲୋକମାନଙ୍କୁ ଅନ୍ୟ ବିଭାଗରେ ପଦବୀ ପାଇଁ ଆବେଦନ କରିବାକୁ କହିଛି। ମେଟ ସିଇଓ ମାର୍କ ଜୁକରବର୍ଗ ମଧ୍ୟ ୱାର୍କଫୋର୍ସର ୫ ପ୍ରତିଶତ ଛଟେଇ କରିବେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ କମ୍ପାନୀ ଚଳିତ ବର୍ଷ ଏକାଧିକ ଛଟେଇ କରିଛି। ଆମେରିକୀୟ କମ୍ପାନୀ ଓରାକଲ ମଧ୍ୟ ଚଳିତ ବର୍ଷ ଶତାଧିକ ଛଟେଇ କରିଥିବା ଜଣାପଡ଼ିଛି।

ୟୁପିଏସ୍‌ସି ଛଟେଇ: ୟୁନାଇଟେଡ୍ ପାର୍ସଲ୍ ସର୍ଭିସ୍ ଚଳିତ ବର୍ଷ ଏହାର କର୍ମଚାରୀଙ୍କୁ ସବୁଠାରୁ ବଡ଼ ଝଟକା ଦେଇଛିପୁନର୍ଗଠନ ଯୋଜନାର ଅଂଶ ସ୍ୱରୂପ କମ୍ପାନୀ ୪୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଘୋଷଣା କରିଛି। ହଜାର ହଜାର ଡେଲିଭରି ଡ୍ରାଇଭରଙ୍କ ସମେତ ପ୍ରାୟ ୩୪,୦୦୦ କାର୍ଯ୍ୟକ୍ଷମ ଚାକିରି ହରାଇବେ। ଟ୍ରମ୍ପ୍ ଟାରିଫ୍ ଏବଂ ଷ୍ଟକ୍ ମୂଲ୍ୟ ହ୍ରାସ ଦ୍ୱାରା କମ୍ପାନୀ ସମଗ୍ର ଆମେରିକାରେ ୯୩ଟି ସୁବିଧା ବନ୍ଦ କରିବା ପରେ ଆଉ ୧୪,୦୦୦ ମ୍ୟାନେଜମେଣ୍ଟ କର୍ମଚାରୀ ଛଟେଇ ହୋଇଛନ୍ତି। ସିଇଓ ଏହାକୁ ୟୁପିଏସ୍‌ ଇତିହାସରେ "ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପରିବର୍ତ୍ତନ" ବୋଲି କହିଛନ୍ତି।

ଫୋର୍ଡ: ଫୋର୍ଡ ୨୦୨୫ ମସିହାରେ ୮ ହଜାରୁ ରୁ ୧୩ ହଜାର ଚାକିରି ହ୍ରାସ କରିବାକୁ ଯାଉଛି। କମ୍ପାନୀ ଇଭି ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ରିଷ୍ଟ୍ରକ୍ଚରିଂ କରିବ। ମଡେଲ୍ ଇଭି ବିଭାଗ, କମର୍ଶିଆଲ୍ ଅପରେସନ, ଆମେରିକାର ଲିଗାସି ଡିପାର୍ଟମେଣ୍ଟ ଏବଂ ୟୁରୋପୀୟ ପ୍ରଡକ୍ସନ ୟୁନିଟ୍‌ର ଟିମରୁ ଛଟେଇ ହେବ। ନିଯୁକ୍ତି ହ୍ରାସ ହେଉଛି ଖର୍ଚ୍ଚ ହ୍ରାସ କରିବା ଏବଂ ଏହାର ଇଭି ବ୍ୟବସାୟକୁ ଏହାର ପାରମ୍ପରିକ ଯାନବାହନ କାର୍ଯ୍ୟରୁ ପୃଥକ କରିବା ପାଇଁ ଫୋର୍ଡ ଯୋଜନାର ଏକ ଅଂଶ।

ବିଶ୍ୱସ୍ତରରେ PWC ,୬୦୦ ଛଟେଇ: PwC 2025ରେ ବିଶ୍ୱ ସ୍ତରରେ ଏହାର ଶ୍ରମ ବଳରେ ପ୍ରାୟ ୫,୬୦୦ କର୍ମଚାରୀ ଛଟେଇ କରିବ। ସେହିପରି ପାରମାଉଣ୍ଟ କମ୍ପାନୀ ୨ ହଜାର କର୍ମଚାରୀ ଛଟେଇ କରିବାକୁ ନଷ୍ପତ୍ତି ନେଇଛି। କମ୍ପାନୀ କ୍ଷତି ସହୁଥିବାରୁ ଖର୍ଚ୍ଚ କାଟ ପାଇଁ ଏହି ନିଷ୍ପତ୍ତି ନେଇଛି।