News7 Logo

ବୁଧବାର ରାଜ୍ୟ ସରକାର ପାଳିବେ ସୁଭଦ୍ରା ଜନ୍ମ ତିଥି : ସପ୍ତାହେ ଯାଏଁ ୭୪ହଜାର ଅଙ୍ଗନଓ୍ବାଡିରେ ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ

NEWS7
Subhadra Janma Tithi

ଭୁବନେଶ୍ବର ୧୬।୯: ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ତିଥି, ସୁଭଦ୍ରାର ମଧ୍ୟ ଜନ୍ମ ତିଥି । ଆସନ୍ତାକାଲି ରାଜ୍ୟ ସରକାର ପାଳନ କରିବେ ସୁଭଦ୍ରା ଜନ୍ମ ତିଥି । ସୁଭଦ୍ରା ଶୁଭାରମ୍ଭ ହୋଇଥିବା ସମୟକୁ, ସୁଭଦ୍ରା ଜନ୍ମ ତିଥି ଭାବେ ପାଳନ କରିବେ ରାଜ୍ୟ ସରକାର ।

ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୩୩୮ ସିଡିପିଓଙ୍କ କାର୍ଯ୍ୟାଳୟରେ ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ ହେବ । ସପ୍ତାହେ ପର୍ଯ୍ୟନ୍ତ ୭୪ ହଜାର ଅଙ୍ଗନଓ୍ବାଡିରେ ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ ହେବ । ସ୍ୱାସ୍ଥ୍ୟ ଓ ମହିଳା, ଶିଶୁ ବିକାଶ ବିଭାଗ ମିଳିତ ଭାବେ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ କରାଯିବ । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉପସ୍ଥିତ ରହିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।