News7 Logo

ଜେଏମ୍‌ଏଫ୍‌ସି କୋର୍ଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ଅପରାଧୀ ସକିଲ

NEWS7
Sakil

କଟକ ୨: ଆରମ୍ଭ ହୋଇଛି ପାର୍ବଣ ଋତୁ । କଟକ ସହରର ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପେଶାଦାର ଅପରାଧୀଙ୍କୁ ସ୍କାନରରେ ରଖିଛି କମିଶନରେଟ୍ ପୋଲିସ । ଏହି ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ କରିଛି ଆତ୍ମସମର୍ପଣ । ଜେଏମ୍‌ଏଫ୍‌ସି କୋର୍ଟରେ ସକିଲ ଆତ୍ମସମର୍ପଣ କରିଛି । ବ୍ୟବସାୟୀଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଘଟଣାରେ ମଙ୍ଗଳାବାଗ ଥାନାରେ ସକିଲ ନାଁରେ ଥିଲା ମାମଲା । ତେବେ ଏହି ମାମଲାରେ ସକିଲ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ପୂର୍ବରୁ ସକିଲର ସହଯୋଗୀ ଅବଦୁଲ କାଦିରକୁ ଗିରଫ କରିଥିଲା ପୋଲିସ । ଜଣେ ବ୍ୟବସାୟକୁ ଆକ୍ରମଣ କରିବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସକିଲ୍ ଫେରାର ଥିଲା ଗ୍ୟାଙ୍ଗଷ୍ଟର ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଏଡାଇବାକୁ ଯାଇ ସକିଲ ଆତ୍ମସମର୍ପଣ କରିଥିବା ସୂଚନା ।