News7 Logo

ପ୍ରକାଶ ପାଇଲା ବିଜ୍ଞପ୍ତି, ଖାଲିପଡିଛି ନୂଆପଡ଼ା ବିଧାନସଭା ସିଟ୍‌

NEWS7
Assembly

ଭୁବନେଶ୍ୱର ୧୧।୦୯ : ନୂଆପଡ଼ା ବିଧାନସଭା ଆସନ ଖାଲି ଥିବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଦିବଂଗତ ନୂଆପଡ଼ା ବିଧାୟକ ଗତ ୮ ତାରିଖରେ ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି । ତାଙ୍କର ଦେହାନ୍ତ ପରେ ନୂଆପଡ଼ା ବିଧାନସଭା ଆସନ ଖାଲି ରହିଥିବା ପ୍ରକାଶ କରାଯାଇଛି ।

ଗତ ୮ ତାରିଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ଦେହାନ୍ତ ହୋଇଥିଲା । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ହୋଇଥିଲା । ରାଜେନ୍ଦ୍ର ଢୋଲକିଆ ବିଜେଡିର ଜଣେ ବରିଷ୍ଠ ନେତା ଥିଲେ । ୨୦୦୯ରେ ନୂଆପଡ଼ା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିବା ବେଳେ ୨୦୧୯ ଓ ୨୦୧୯ରେ ବିଜେଡି ଟିକେଟରୁ ଲଢି ବିଜୟୀ ହୋଇଥିଲେ । ତେବେ ଗତ ୮ ତାରିଖରେ ରାଜେନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା । ଏବେ ବିଧାନସଭା ପକ୍ଷରୁ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ​​​​​​​