LIVE TV

ସବୁ ଆବେଦକଙ୍କୁ ଦେବାକୁ ପଡ଼ିବନି H-1B ଭିସା ପାଇଁ ୧ ଲକ୍ଷ ଡଲାର, କୋହଳ ହେଲା ନିୟମ

NEWS7
Not all applicants will have to pay $100,000 for H-1B visas.

ନୂଆଦିଲ୍ଲୀ: H-1B ଭିସାକୁ ନେଇ ଆମେରିକାର ସିଟିଜେନସିପ୍‌ ବା ନାଗରିକତା ଏବଂ ଇମିଗ୍ରେସନ (ପ୍ରବାସନ) ସେବା (USCIS) ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଯେଉଁଥିରେ ଏହା ସ୍ପଷ୍ଟ ହୋଇଛି ଯେ, ହଜାର ହଜାର ଭାରତୀୟ ପ୍ରୋଫେସନାଲ ଏବଂ ଆମେରିକୀୟ କମ୍ପାନୀଗୁଡ଼ିକୁ H-1B ଭିସା ପାଇଁ ୧ ଲକ୍ଷ ଡଲାର ଫି’ ସମସ୍ତଙ୍କ ପାଇଁ ନୁହେଁ। USCISର ନୂଆ ନିର୍ଦ୍ଦେଶାବଳୀରେ କାହାକୁ ଏହି ଫି ଦେବାକୁ ପଡ଼ିବ ? ଏହା କେବେଠାରୁ ଲାଗୁ ହେବ ? ଏବଂ କେଉଁ ମାମଲାରେ ଛାଡ଼ ମିଳିବ ? ଗାଇଡଲାଇନରେ ଏହାର ସବିଶେଷ ବିବରଣୀ ଦିଆଯାଇଛି।

USCIS ଅନୁଯାୟୀ, ଏହି ଶୁଳ୍କ ୨୦୨୫ ସେପ୍ଟେମ୍ବର ୨୧ କିମ୍ବା ଏହା ପରେ ଦାଖଲ ହୋଇଥିବା ନୂଆ H-1B ଆବେଦନ ପାଇଁ ପ୍ରଯୁଜ୍ୟ ହେବ। ଏହା ସହିତ, ବୈଧ H-1B ଭିସା ନଥାଇ ଆମେରିକା ବାହାରେ ଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ସେହିଭଳି ଏହି ଭିସା ଶୁଳ୍କ କନସୁଲାର କିମ୍ବା ପୋର୍ଟ-ଅଫ୍-ଏଣ୍ଟ୍ରି ବିଜ୍ଞପ୍ତି ଆବେଦନ ପାଇଁ ପ୍ରଯୁଜ୍ୟ ହେବ।

କାହାକୁ ମିଳିବ ଶୁଳ୍କରୁ ମୁକ୍ତି?

USCIS ସ୍ପଷ୍ଟ କରିଛି ଯେ, କିଛି ବର୍ଗ ଶୁଳ୍କରୁ ମୁକ୍ତ ରହିବେ। ସେମାନେ ହେଲେ, ଯେଉଁମାନଙ୍କର ପୂର୍ବରୁ ଏକ ବୈଧ H-1B ଭିସା ଅଛି।  ୨୦୨୫ ସେପ୍ଟେମ୍ବର ୨୧ ପୂର୍ବରୁ ଦାଖଲ ହୋଇଥିବା ଆବେଦନ। ଆମେରିକାରେ ନିଜ ସ୍ଥିତିର ପରିବର୍ତ୍ତନ, ସଂଶୋଧନ କିମ୍ବା ବିସ୍ତାର ପାଇଁ ଅନୁମୋଦିତ ଆବେଦନ ଆଦି ପରିସ୍ଥିତିରେ ଏହି ନିୟମ ଲାଗୁ ହେବ ନାହିଁ।