LIVE TV

କଟକ କନିକା ଛକରେ ଉଦଘାଟିତ ହେଲା ଏଥର୍ ଇଭି ଟୁହ୍ବିଲରର ନୂଆ ସୋ’ରୁମ୍

NEWS7
ATHER

କଟକ ୨୪।୯: କଟକ କନିକା ଛକରେ ଡିଓନ ଅଟୋମୋଟିଭସ ପ୍ରାଇଭେଟ୍ ଲିମିଟେଡ଼ର ଏଥର୍ ଇଭି ଟୁହ୍ବିଲର ସୋ’ରୁମ୍ ଉଦଘାଟିତ ହୋଇଯାଇଛି । ଡିଓନ ଅଟୋମୋଟିଭସ ୨୦୧୯ରୁ ଇଭି ବ୍ୟବସାୟ ରାଜ୍ୟରେ କରି ଆସୁଥିବା ବେଳେ ୨୦୧୦ରୁ ଡିଅନ ରାଜ୍ୟରେ ବିଭିନ୍ନ ବ୍ୟବସାୟରେ ରହି ଆସିଛି । ଡିଓନ ଅଟୋମୋଟିଭସ ଏଥର ଏନର୍ଜି ଲିମିଟେଡ ସହିତ ମିଶି ଅତ୍ୟାଧୁନିକ ବ୍ରାଣ୍ଡର ଇଲେକ୍ଟ୍ରି ଟୁହ୍ବିଲର ବ୍ୟବସାୟରେ ସାମିଲ ହୋଇଛି । କଟକ ଜନସାଧାରଣଙ୍କ ଚାହିଦାକୁ ଆଖି ଆଗରେ ରଖି ଡିଓନ ଅଟୋମୋଟିଭସ ସମସ୍ତ ନୂଆ ମଡେଲ ଆଣି ଗ୍ରାହକଙ୍କୁ ଯୋଗାଉଛି ।

ବିଦ୍ୟୁତ ଯାନର ବହୁଳ ବ୍ୟବହାର ପାଇଁ ଡିଅନ ଅଟୋମୋଟିଭସ ଉଦ୍ୟମ କରି ଏଥର ଏନର୍ଜି ସହିତ ବ୍ୟବସାୟ ଚୁକ୍ତି କରିଛି । ଡିଓନ ଅଟୋମୋଟିଭସ ପୂର୍ବରୁ ଇଭି ଗାଡି ପ୍ରସ୍ତୁତକାରୀ କମ୍ପାନୀ ଟାଟା ମୋଟର୍ସ ସହିତ ମିଶି ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ବାଲୁଗାଁ, ଫୁଲବାଣୀ, ଭଞ୍ଜନଗର ଭଳି ୭ଟି ସ୍ଥାନରେ ଇଭି ସୋ’ରୁମ୍ ଖୋଲି ପାରିଛି ।

ପେଟ୍ରୋଲ ଡିଜେଲ ଗାଡି ଛାଡି ଇଭି ଗାଡି ପ୍ରଚଳନ ଲକ୍ଷ୍ୟରେ ଡିଅନ ଗ୍ରୁପ ରାଜ୍ୟର ବିଭିନ୍ନ ସ୍ଥାନରେ ମଲ୍ଟି ବ୍ରାଣ୍ଡ  ଡିଲରସିପ ଖୋଲିବାକୁ ଯାଉଛି ବୋଲି ଡିଅନ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି ।  ଗଳିକନ୍ଦିର ସହର କଟକରେ ଏଥର ଇଭି ଟୁହ୍ବିଲର ଗାଡି କଟକବାସୀଙ୍କ ପ୍ରଥମ ପସନ୍ଦ ହେବ ବୋଲି ଡିଓନ ଅଟୋମୋଟିଭସ ପକ୍ଷରୁ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଛି ।