​​​​​​​ନୂଆଦିଲ୍ଲୀ: କମିଲା ମଦର ଡେୟରୀର ବିଭିନ୍ନ ଉତ୍ପାଦର ଦାମ୍। କମ୍ପାନି ଏହାର ବିଭିନ୍ନ ଉତ୍ପାଦ ଯେପରିକି ଟେଟ୍ରା ପ୍ୟାକ୍ କ୍ଷୀର, ପନୀର, ଚିଜ୍, ଘିଅ, ଲହୁଣୀ, ଆଇସକ୍ରିମ୍ ଏବଂ ପ୍ରୋସେସ୍ଡ ଫୁଡ୍‌ର ଦାମ୍‌ ହ୍ରାସ କରିଛି। କମ୍ପାନି ଏହି ନିଷ୍ପତ୍ତି ନିକଟରେ ହୋଇଥିବା ଜିଏସଟି ହାରରେ ହ୍ରାସ ପରେ ନେଇଛି।

ଏନେଇ କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ମଦର ଡେୟରୀ ଏହାର ବିଭିନ୍ନ ଉତ୍ପାଦର ଦାମରେ ୨ ଟଙ୍କାରୁ ନେଇ ୩୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ କରିବାକୁ ଯାଉଛି। ନୂଆ ଦର ସେପ୍ଟେମ୍ବର ୨୨ରୁ ଲାଗୁ ହେବ। ଏଥିରେ ଟେଟ୍ରା ପ୍ୟାକ୍ କ୍ଷୀର, ପନୀର, ଚିଜ୍, ଘିଅ, ଲହୁଣୀ, ଆଇସକ୍ରିମ୍ ଏବଂ ସଫଳ ବ୍ରାଣ୍ଡ୍‌ର ପ୍ରୋସେସ୍ଡ ଫୁଡ୍‌ ରହିଛି। ୧ ଲିଟର ୟୁଏଚଟି ଟୋନ୍ଡ ମିଲକ୍କ (ଟେଟ୍ରା ପ୍ୟାକ୍) ଏବେ ୭୭ ଟଙ୍କା ବଦଳରେ ୭୫ ଟଙ୍କାରେ ମିଳିବ। ସେହିଭଳି ୪୫୦ଏମଏଲ୍‌ ୟୁଏଚଟି ଡବଲ ଟୋନ୍ଡ ମିଲ୍କର ଦାମ୍ ୩୩ ଟଙ୍କାରୁ କମି ୩୨ ଟଙ୍କା ହୋଇଛି।​​​​​​​

ସେହିଭଳି ପନିରର ମୂଲ୍ୟ ଏହାର ପରିମାଣ ଅନୁସାରେ ୩ରୁ ୬ ଟଙ୍କା ହ୍ରାସ ହୋଇଛି। ବଟରର ମୂଲ୍ୟ ୨୦ ଟଙ୍କା ହ୍ରାସ କରାଯାଇଛି। ଚିଜ୍‌ ୩୫ ଟଙ୍କା ଶସ୍ତା କରାଯାଇଛି। ମଦର ଡେରୀ ଘିଅର ମୂଲ୍ୟ ପ୍ରତି ଲିଟର ୩୦ ଟଙ୍କା ହ୍ରାସ ହୋଇଛି । ମଦର ଡେରୀ ଆଇସକ୍ରିମ ମଧ୍ୟ ଏବେ ୧ ଟଙ୍କା ଶସ୍ତାରେ ଉପଲବ୍ଧ ହେବ। ସଫଲ ବ୍ରାଣ୍ଡ ଅଧୀନରେ ଫ୍ରୋଜେନ୍ ସ୍ନାକ୍ସ, ଜାମ୍, ଆଚାର ଏବଂ ଟମାଟୋ ପ୍ୟୁରି ଭଳି ଅନେକ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଉପରେ GST ହାର ୧୨ ରୁ ୫ ପ୍ରତିଶତ ହ୍ରାସ କରାଯାଇଛି। ସଫଲ ଫ୍ରୋଜେନ୍ ଫ୍ରେଞ୍ଚ ଫ୍ରାଏଜ୍ (୪୦୦ ଗ୍ରାମ)ର ମୂଲ୍ୟ ଏବେ ୧୦୦ ଟଙ୍କାରୁ ୯୫ ଟଙ୍କାକୁ ଏବଂ ସଫଲ ଲେମ୍ବୁ ଆଚାର ୪୦୦ ଗ୍ରାମର ମୂଲ୍ୟ ୧୩୦ ଟଙ୍କାରୁ ୧୨୦ ଟଙ୍କାକୁ ହ୍ରାସ ହୋଇଛି । 

କମ୍ପାନି କହିଛି, ଆମେ ଜିଏସଟି ହ୍ରାସରୁ ମିଳିଥିବା ରିହାତିର ୧୦୦ ପ୍ରତିଶତ ଲାଭ ଗ୍ରାହକଙ୍କୁ ଦେଉଛୁ। ଏହା ସେପ୍ଟେମ୍ବର ୨୨ରୁ ଲାଗୁ ହେବ। ଏହି ପରିବର୍ତ୍ତନ ଯୋଗୁ ଉତ୍ପାଦର ବ୍ୟବହାର ବଢ଼ିବ। ଲୋକେ ସୁରକ୍ଷିତ, ଉତ୍ତମ ମାନର ପ୍ୟାକେଜ ପ୍ରୋଡକ୍ଟ ଅଧିକରୁ ଅଧିକ ବ୍ୟବହାର କରିବେ।