News7 Logo

ଥଇଥାନ ହେବେ ରାଜଧାନୀର ବୁଲା ଗାଈ ଗୋରୁ, ନିର୍ମାଣ ହେବ ୪୦ କୋଟିରେ ଆଦର୍ଶ ଗୋଶାଳା

NEWS7
cow shed

ଭୁବନେଶ୍ୱର ୧୧/୦୯: ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ଭୁବନେଶ୍ବରର ବୁଲା ଗାଈ ଗୋରୁ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । 

 

​​​​​​​ସୂଚନା ଥାଉକି, ରାଜଧାନୀରେ ବୁଲା ଗାଈ ଗୋରୁଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ । ଭୁବନେଶ୍ୱରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ଭୁବନେଶ୍ୱରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ । ଏଥିପାଇଁ ସରକାର ବଡ ଯୋଜନା କରିଛନ୍ତି । ଆଦର୍ଶ ଗୋଶାଳା ପାଇଁ ଜମି ବି ଚିହ୍ନଟ ସରିଛି । ଗୋମାତାଙ୍କ ଗୋବର ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାରିବ । ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ରଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।