LIVE TV

ମିଥୁନ ମନହାସ ବିସିସିଆଇର ନୂଆ ଅଧ୍ୟକ୍ଷ, ଚୟନ କମିଟିରେ ପ୍ରଜ୍ଞାନ ଓଝା ଓ ଆରପି ସିଂଙ୍କୁ ମିଳିଲା ସ୍ଥାନ

NEWS7
BCCI

ନୂଆଦିଲ୍ଲୀ: ବିସିସିଆଇର ୪୯ତମ ବାର୍ଷିକ ସାଧାରଣ ବୈଠକ ପରେ ବୋର୍ଡର ନୂଆ ଅଧ୍ୟକ୍ଷ ଘୋଷଣା ହୋଇଛି। ମିଥୁନ ମନହାସଙ୍କୁ ବିସିସିଆଇର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ଚୟନ କମିଟିରେ  ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି। ପୂର୍ବତନ କ୍ରିକେଟର ତଥା ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ଓ ଆରପି ସିଂଙ୍କୁ ଚୟନ କମିଟିର ସଦସ୍ୟ ଭାବେ ଦାୟିତ୍ଵ ମିଳିଛି। ସେପ୍ଟେମ୍ବର ୨୮ରେ ମୁମ୍ବାଇରେ ଆୟୋଜିତ ବିସିସିଆଇର ୯୪ତମ ବାର୍ଷିକ ସାଧାରଣ ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି। ରୋଜର ବିନ୍ନିଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କ ସ୍ଥାନରେ ଏ ପର୍ଯ୍ୟନ୍ତ ରାଜୀବ ଶୁକ୍ଳା କାର୍ଯ୍ୟକାରୀ ଅଧ୍ୟକ୍ଷ  ଦାୟିତ୍ଵ ତୁଲାଉଥିଲେ। ଆଉ ଏବେ ମିଥୁନ ମନହାସ ବିସିସିଆଇ ଅଧ୍ୟକ୍ଷ ଦାୟିତ୍ଵ ସମ୍ଭାଳିବେ।

ବିସିସିଆଇ ଏଜିଏମରେ ନିଆଯାଇଥିବା ନିଷ୍ପତ୍ତି

ବିସିସିଆଇର ନୂଆ ପଦାଧିକାରୀ

ଅଧ୍ୟକ୍ଷ- ମିଥୁନ ମନହାସ

ଉପାଧ୍ୟକ୍ଷ- ରାଜୀବ ଶୁକ୍ଳା

ସଚିବ- ଦେବଜିତ ସୈକିୟା

ଯୁଗ୍ମ ସଚିବ- ପ୍ରଭତେଜ ଭାଟିଆ

କୋଷାଧ୍ୟକ୍ଷ- ଏ ରଘୁରାମ ଭଟ୍ଟ

୨- ବିସିସିଆଇର ଶୀର୍ଷ ପରିଷଦରେ ସାଧାରଣ ସଭାର ଏକ ପ୍ରତିନିଧି ଚୟନ

ଜୟଦେବ ଶାହ

୩ – ଇଣ୍ଡିଆନ ପ୍ରିମିୟର ଲିଗ୍ ଗଭର୍ଣ୍ଣିଂ କାଉନସିଲରେ ଦୁଇ ପ୍ରତିନିଧି ଚୟନ

ଅରୁଣ ସିଂ ଧୂମଲ, ଏମ ଖୈରୁଲ ଜମାଲ ମଜୁମଦାର

୪ – ପୁରୁଷ ଚୟନ କମିଟିରେ ଦୁଇଟି ପରିବର୍ତ୍ତନ ଏବଂ ନିମ୍ନଲିଖିତ ସଦସ୍ୟ

ଅଜିତ ଅଗର(ଅଧ୍ୟକ୍ଷ), ଅଜୟ ରାତ୍ରା, ପ୍ରଜ୍ଞାନ ଓଝା, ଆରପି ସିଂ।

ଓଝା ଓ ଆରପି ସିଂଙ୍କୁ ପୁରୁଷ ଚୟନ କମିଟିରେ ନୂଆ ସଦସ୍ୟ ଭାବେ ସାମିଲ୍ କରାଯାଇଛି।

କିଏ ଏହି ମିଥୁନ ମନହାସ ?​​​​​​​

୪୫ ବର୍ଷୀୟ ମିଥୁନ ମନହାସ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରି ନ ଥିଲେ ବି ଘରୋଇ କ୍ରିକେଟରେ ତାଙ୍କ ବେଶ ଅଭିଜ୍ଞତା ଓ ଦମଦାର ରେକର୍ଡ ରହିଛି । ସେ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୭ ଶତକ ସହ ୯ ହଜାର ୭୧୪ ରନ କରିଛନ୍ତି । ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଲିଷ୍ଟ ଏ କ୍ରିକେଟରେ ସେ ୪ ହଜାର ୧୨୬ ରନ କରିଛନ୍ତି ।

ଦିଲ୍ଲୀ ରଣଜୀ ଦଳ ପକ୍ଷରୁ ସେ ଦୀର୍ଘ ସମୟ ଧରି ଅଧିନାୟକତ୍ୱ ଦାୟିତ୍ଵ ତୁଲାଇଥିବା ମନହାସ ପରେ ସେ ଜମ୍ମୁ-କାଶ୍ମୀରରେ ଖେଳାଳି ଓ ପ୍ରଶାସକ ଭାବେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇଛନ୍ତି । ଏହା ବ୍ୟତୀତ ମନହାସ ଆଇପିଏଲରେ ୫୫ଟି ମ୍ୟାଚ୍ ଖେଳିଛନ୍ତି । ସେ ଦିଲ୍ଲୀ ଡେୟାର ଡେଭିଲ୍ସ, କିଙ୍ଗ୍‌ସ ଇଲେଭେନ ପଞ୍ଜାବ ଓ ପୁଣେ ୱାରିୟର୍ସ ପକ୍ଷରୁ ପ୍ରତିନିଧିତ୍ଵ କରିଛନ୍ତି ​​​​​​​

ପ୍ରଜ୍ଞାନ ଓଝାଙ୍କ କ୍ରିକେଟ୍ କ୍ୟାରିୟର

ପ୍ରଜ୍ଞାନ ଓଝା ଭାରତ ପାଇଁ ତିନୋଟି ଫର୍ମାଟରେ କ୍ରିକେଟ୍ ଖେଳିଛନ୍ତି। ସେ ୨୦୦୮ରେ  ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ  ୨୦୧୩ରେ  ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ବାମହାତୀ ସ୍ପିନ୍ ବୋଲର ଓଝା ଭାରତ ପାଇଁ ୨୪ ଟେଷ୍ଟ, ୧୮ ଦିନିକିଆ ଏବଂ ୬ ଟି-୨୦ ଖେଳି ଯଥାକ୍ରମେ ୧୧୩, ୨୧ ଏବଂ ୧୦ ୱିକେଟ୍ ନେଇଛନ୍ତି। ଓଝା ୧୦୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୪୨୪ ୱିକେଟ୍ ନେଇଥିଲେ। ସେ ୧୦୩ ଲିଷ୍ଟ ମ୍ୟାଚ୍‌ରେ ୧୨୩ ୱିକେଟ୍ ଏବଂ ୧୪୩ଟି ଟି-୨୦ ମ୍ୟାଚ୍‌ରେ ୧୫୬ ୱିକେଟ୍ ନେଇଛନ୍ତି

ଆରପି ସିଂହଙ୍କ କ୍ରିକେଟ୍ କ୍ୟାରିୟର

ପୂର୍ବତନ ଦ୍ରୁତ ବୋଲର ରୁଦ୍ର ପ୍ରତାପ ସିଂହ ଭାରତ ପାଇଁ ବହୁ ବର୍ଷ ଧରି ତିନୋଟି ଫର୍ମାଟରେ କ୍ରିକେଟ ଖେଳିଥିଲେ। ସେ ଟିମ୍ ଇଣ୍ଡିଆ ପାଇଁ ୧୪ ଟେଷ୍ଟ, ୫୮ ଦିନିକିଆ ଏବଂ ୧୦ଟି T20 ଆନ୍ତର୍ଜାତୀୟ ଖେଳି ଯଥାକ୍ରମେ ୪୦, ୬୯ ଏବଂ ୧୫ ୱିକେଟ୍ ନେଇଛନ୍ତି। ସେ ୨୦୦୭ରେ ଟି-୨୦  ବିଶ୍ୱକପ୍ ବିଜୟୀ ଦଳର ପ୍ରମୁଖ ସଦସ୍ୟ ଥିଲେ। ଦଳକୁ ଚାମ୍ପିଅନ କରାଇବାରେ ସେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।