ପୁରୀ: ସ୍ବର୍ଗଦ୍ୱାରରେ ଚମତ୍କାର। ଶବ ହୋଇ ଆସିଥିବା ବୃଦ୍ଧା ସତ୍କାର ପୂର୍ବରୁ ଜିଇଁ ଉଠିଛନ୍ତିଏହି ଘଟଣାକୁ ନେଇ ଏବେ ପୂରା ସହରରେ ବେଶ୍ ଚର୍ଚ୍ଚା।

ସୂଚନା ଅନୁସାରେଏ ଗଞ୍ଜାମ ପୋଲସରା ଅଞ୍ଚଳର ୮୬ ବୟସର ପି ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ତାଙ୍କ ପରିବାର ଲୋକ ତାଙ୍କୁ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ପାଇଁ ନେଇଆସିଥିଲେ। ତେବେ ସ୍ୱର୍ଗଦ୍ୱାର କର୍ମଚାରୀମାନେ ମୃତକଙ୍କ ପରିବାରଙ୍କୁ ମେଡିକାଲ ରିପୋର୍ଟ ମାଗିଥିଲେ ଏବଂ ହେଲେ ପରିବାର ଲୋକ ରିପୋର୍ଟ ଆଣିନଥିବା କଥା କହିଥିଲେ। ଫଳରେ ଶବଦାହ ହୋଇପାରିନଥିଲା।  

ତେବେ କିଛି ସମୟ ପରେ ସ୍ବର୍ଗଦ୍ୱାରର କର୍ମଚାରୀମାନେ ଶବ ପାଖକୁ ଯାଇ ଯାଞ୍ଚ କରିଥିଲେ। ଆଉ ଜାଣିବାକୁ ପାଇଥିଲେ ପି. ଲକ୍ଷ୍ମୀ ଜୀବିତ ଅଛନ୍ତି। ଏହାପରେ ପି.କ୍ଷ୍ମୀଙ୍କ ପରିବାର ଲୋକ ଓ ସ୍ୱର୍ଗଦ୍ୱାର କର୍ମଚାରୀ ମିଶି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଇଥିଲେ। ତାଙ୍କର ବ୍ରେନ୍ ଷ୍ଟ୍ରୋକ ହୋଇଥିବା ଡାକ୍ତର ସନ୍ଦେହ କରୁଥିବାବେଳେ। ଆଇସିୟୁରେ ବୃଦ୍ଧାଙ୍କୁ ଭର୍ତ୍ତି ପାଇଁ ଡାକ୍ତର ତାଙ୍କ ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।