LIVE TV

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ, ୨ ହଜାର ଟଙ୍କା ଜରିମାନା

NEWS7
Court

କେନ୍ଦୁଝର ୧୦: କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଏଡିଜେ କମ୍ ସ୍ପେସାଲ ଜଜ୍ ପୋସ୍କୋ କୋର୍ଟ ମୋନାଲିସା ମହାନ୍ତି I

ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ଅକ୍ଟୋବର ୩୧ତାରିଖରେ ବଡବିଲ ଥାନା ଅଞ୍ଚଳର ଜଣେ ୬ ବର୍ଷର ନାବାଳିକା ଆସାମୀର ପୁଅ ସହ ଘର ପାଖରେ ଖେଳୁଥିଲା । ଏହି ସମୟରେ ଆସାମୀ ସଚିନ ତାକୁ ମୋବାଇଲ ଦେଖାଇବା ବାହାନାରେ ଡାକି ନେଇ ଦୁଷ୍କର୍ମ କରିଥିଲା । ପରିବାର ଲୋକ ଏହା ଜାଣିବା ପରେ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ । କେନ୍ଦୁଝର ସ୍ପେସାଲ ପୋସ୍କୋ କୋର୍ଟ ୧୬ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସଚିନ ଓରାମକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଜରିମାନା, ଅନାଦେୟ ୬ ମାସ ଅଧିକ ଜେଲ୍ ଦଣ୍ଡାଦେଶ ଦେବା ସହ ପୀଡିତାକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଲିଗାଲ ସେଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ।