LIVE TV

ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ୍, ବର୍ତ୍ତମାନର ଲୋକସେବା ଭବନରେ ହେଉଛି ପାର୍କିଂ ସମସ୍ୟା

NEWS7
Lok Seva Bhavan

ଭୁବନେଶ୍ବର ୨୦।୯: ନିର୍ମାଣ ହେବ ନୂଆ ଲୋକସେବା ଭବନ । ବିଧାନସଭାରେ ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ନୂତନ ଲୋକସବା ଭବନ ନିର୍ମାଣ କରିବା ନିମନ୍ତେ ରାଜ୍ୟ ସରକାର ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ବାରା ଏହାର ପରିବର୍ଦ୍ଧିତ ଯୋଜନାର ମାଷ୍ଟର ପ୍ଲାନ ତିଆରି କରାଯାଉଛି । ଏହି ମାଷ୍ଟର ପ୍ଲାନଟି ଅନୁମୋଦନ ହେଲା ପରେ ପରବର୍ତ୍ତୀ ପଦକ୍ଷେପ ଅନୁଯାୟୀ ବିସ୍ତୃତ ବ୍ୟୟଅଟକଳ କରାଯିବ ଏବଂ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ବର୍ତ୍ତମାନର ଲୋକସେବା ଭବନ କୋଠା ୬୮ ବର୍ଷ ପୁରାତନ ଅଟେ ଏବଂ ଏହାର ପରିସରରେ ଗୁରୁତର ପାର୍କିଂ ସମସ୍ୟା ପରିଲକ୍ଷିତ ହେଉଛି । ବିଧାନସଭାରେ ବିଧାୟକ ସୁବାସିନୀ ସେଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।