କଟକ ୧୯।୯: କଟକ ମାରୁତି ସୁଜୁକି ଡିଲର ତୁସି ମୋଟର୍ସ ପକ୍ଷରୁ ମାରୁତି ଅଲ୍ ନ୍ୟୁ ଭିକ୍ଟୋରିସ୍‌ ଉନ୍ମୋଚିତ ହୋଇଯାଇଛି ।  ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି କାରର ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଯୋଗ ଦେଇଥିବା ବେଳେ ତୁସି ମୋଟର୍ସର ପରିଚାଳନା ନିର୍ଦ୍ଦେଶିକା ପ୍ରୀତି ପଲ୍ଲଭି ପଟ୍ଟନାୟକ, ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକ, ଭିପି ହରମୋହନ ମହାନ୍ତି, ବାଣିଜ୍ୟ ମୁଖ୍ୟ ଅଶୋକ ଜୈନ୍, ଏରିନା ସେଲ୍ସ ମୁଖ୍ୟ ସହଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ନୂଆ ଡିଜାଇନ ଓ ଆଧୁନିକ ଫିଚର୍ସ ସହିତ ଲଞ୍ଚ ହୋଇଥିବା ଏହି କାରରେ ଏଲଇଡି ଲାଇଟିଂ ଓ କନେକ୍ଟେଡ ଟେଲଲ୍ୟାମ୍ପ ରହିଛି । ଏହା ଏଲଏକ୍ସଆଇ, ଭିଏକ୍ସଆଇ, ଜେଡ୍‌ଏକ୍ସଆଇ, ଜେଡ୍‌ଏକ୍ସଆଇ ଅପସନାଲ, ଜେଡ୍‌ଏକ୍ସଆଇ ପ୍ଲସ୍‌ ଓ ଜେଡ୍‌ଏକ୍ସଆଇ ପ୍ଲସ୍‌ ଅପସନାଲ ଭଳି ୬ଟି ଭାରିଆଣ୍ଟରେ ଉପଲବ୍ଧ । ୧୦.୪୯ ଲକ୍ଷରୁ ଆରମ୍ଭ କରି ୧୯.୯୮ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟରେ ଏହା ଉପଲବ୍ଧ ରହିବ । ମୁଖ୍ୟ ଫିଚର୍ସ ମଧ୍ୟରେ ୧୦.୨୫ ଇଞ୍ଚ ଡିଜିଟାଲ ଡ୍ରାଇଭର ଡିସପ୍ଲେ, ପାନୋରାମିକ ସନରୁଫ ଓ ୬୪ କଲର ଆମ୍ବିଏଣ୍ଟ ଲାଇଟିଂ ରହିଛି ।

​​​​​​​​​​​​​​

ଏହା ମାରୁତିର ପ୍ରଥମ ଗାଡ଼ି ଯାହା ଲେଭେଲ-୨ ଆଡାସ୍‌ ସହିତ ଆସିଛି । ଏହା ୧୦ଟି ଆକର୍ଷଣୀୟ ରଙ୍ଗ ସହ ଏହା ପେଟ୍ରୋଲ, ଷ୍ଟ୍ରଙ୍ଗ-ହାଇବ୍ରିଡ ଓ ସିଏନଜି ପାୱାରଟ୍ରେନ ଅପସନ ସହିତ ଏହା ବଜାରରେ  ଉପଲବ୍ଧ ।  ଏହା ମାରୁତିର ପ୍ରଥମ ଗାଡ଼ି ଯାହା ଅଣ୍ଡରବଡି ଟ୍ବିନ-ଟ୍ୟାଙ୍କ ସିଏନଜି ସେଟଅପ ସହିତ ଅଧିକ ବୁଟ ସ୍ପେସର ସୁବିଧା ପ୍ରଥାନ କରୁଛି । ଗ୍ଲୋବାଲ ଏନ୍ସିଏପି ଆଡଲ୍ଟ୍ ସେଫ୍ଟି ନର୍ମରେ ଏହାକୁ ପଞ୍ଚ ତାରକା ମିଳିଛି । ଗାଡି ୫ ସିଟର ହୋଇଥିବା ବେଳେ ଏଥିରେ ଯୁବପୀଢୀଙ୍କୁ ସୁହାଇଲା ଭଳି ୫.୧ ସରାଉଣ୍ଡ ସାଉଣ୍ଡ ସିଷ୍ଟମରେ ୮ଟି ସ୍ପିକର ରହିଛି । ଏଥିରେ ସୁରକ୍ଷା ପାଇଁ ୬ଟି ଏୟାରବ୍ୟାଗ, ଅଟୋ ବେଜିଂ ସିଷ୍ଟମ ଯୋଗୁ ହଠାତ୍ ଗାଡିଟି ଦୁର୍ଘଟଣାରୁ ଆଡେଇ ଯିବ । କୁହୁଡି, ବର୍ଷା ଓ ରାତିରେ ସହଜ ଯାତ୍ରା ପାଇ ଗାଡିରେ ଅତ୍ୟାଧୁନିକ ଲାଇଟ ସିଷ୍ଟମ ରହିଛି । ଦମଦାର ମାଇଲେଜ୍ ସହ ଆହୁରି ଅନେକ ଫିଚର୍ସ ଏଥିରେ ମିଳିପାରିବ ।