News7 Logo

କନ୍ଧମାଳରେ ସକ୍ରିୟ ହେଲେ ମାଓବାଦୀ : ଡାବୁଡକା ଘାଟିରେ ଲଗାଇଲେ ମାଓ ବ୍ୟାନର

NEWS7
Maoist

ବାଲିଗୁଡ଼ା ୧୮।୯: କନ୍ଧମାଳରେ ପୁଣି ସକ୍ରିୟ ହେଲେ ମାଓବାଦୀ । ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତର ଡାବୁଡକା ଘାଟିରେ ଲାଗିଛି ଲାଲ୍ ବ୍ୟାନର l ନାଡାପାଟଙ୍ଗରୁ ୪୧ ନମ୍ବର ରାଜ୍ୟ ରାଜପଥରେ ଲଣ୍ଡାଗାଁ ମୁଖ୍ୟ ରାସ୍ତାରେ ଲାଲ ବାହିନୀ ପକ୍ଷରୁ ଏହି ବ୍ୟାନର ଲଗାଯାଇଛି l କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ବ୍ୟାନର ଲଗାଯାଇଥିବା ନେଇ ସ୍ପଷ୍ଟ କରିଛି ଲାଲ୍ ବାହିନୀ l ମାଓବାଦୀ ସଂଗଠନକୁ ଶେଷ କରିବାକୁ ଶତ୍ରୁ ଦ୍ୱାରା ଚଲାଯାଉଥିବା ଅପରେସନ ସିନ୍ଦୂରକୁ ହରାଇବା ପାଇଁ ଆହ୍ୱାନ ଦେଇଛି ଲାଲ୍ ବାହିନୀ l

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୨୧ତମ ପ୍ରତିଷ୍ଠା ଦିବସକୁ ବିପ୍ଲବୀ ଉତ୍ସାହ ସହ ପାଳନ କରିବାକୁ ବ୍ୟାନର ଜରିଆରେ ଆହ୍ୱାନ ଦେଇଛି ଲାଲ୍ ବାହିନୀ l ପାର୍ଟି ଆଉ ବିପ୍ଲବୀ ଆନ୍ଦୋଳନକୁ ବଞ୍ଚାଇବା ସହ ବ୍ରାହ୍ମଣୀୟ ହିନ୍ଦୁତ୍ୱ ଫସିବାଦୀ ବିରୋଧରେ ଏକଜୁଟ୍ ହୋଇ ସଂଘର୍ଷ କରି ମୂଳନିବାସୀ ଭାଷା, ଧର୍ମ, ରୀତିନୀତିକୁ ବଞ୍ଚାଇବାକୁ ଆହ୍ୱାନ କରିଛି ମାଓ ସଂଗଠନ l