ଭୁବନେଶ୍ବର ୨୧୧: ଜାମପାଲ୍ଲୀରେ ବିଜେପିର ଆଦିବାସୀ ବାଞ୍ଜାରା ସମାଜ ସମ୍ମିଳନୀ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଜୁଏ ଓରାମ । ଏହି ସମ୍ମିଳନୀରେ ସେ କହିଛନ୍ତି, କଂଗ୍ରେସ କହୁଛି ଆମେ ଆଦିବାସୀ ପ୍ରାର୍ଥୀ କରିଛୁ । କଂଗ୍ରେସ ୫୦ ବର୍ଷ ଯାଏଁ ଆଦିବାସୀ ମନ୍ତ୍ରାଳୟ ଖୋଲି ପାରିଲେ ନାହିଁ । ଆଦିବାସୀ ରାଷ୍ଟ୍ରପତି କଲେ କି ? ରାଜ୍ୟରେ ୩୩ରୁ ୧୮ ବିଧାୟକ, ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ । କଂଗ୍ରେସ ଗିରିଧାରୀ ଗମାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ କଲେ ହେଲେ ଚଲେଇ ଦେଲେ ନାହିଁ । ଆମେ ଟିକେ କୋରାପୁଟରେ ଭୁଲ କରିଦେଲୁ । ନ ହେଲେ ଜିତିଥାନ୍ତୁ । ନୂଆପଡ଼ାରେ ଜୟ ଢୋଲକିଆଙ୍କୁ ଜିତାଇବା । ମୁଁ କେନ୍ଦ୍ରମନ୍ତ୍ରୀ ହୋଇପାରେ । ହେଲେ ମୁଁ ଆପଣଙ୍କ ପରି ଜଣେ ଆଦିବାସୀ ଲୋକ । ଆଦିବାସୀଙ୍କୁ ବିଜେପି ଦଳ ଅଧିକ କ୍ଷମତା ଦେଇଛି । ନବୀନ ବାବୁଙ୍କୁ ରାଜ୍ୟବାସୀ ବହୁତ ଦିନ ଧରି କ୍ଷମତା ଦେଲେ । ଆଉ ନୁହେଁ । ସେ ଯେତେଥର ଆସିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିବ ନାହିଁ ।

ଏହି ସମ୍ମିଳନୀରେ ଞ୍ଚାତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ ।